March 4, 2026

Now Odisha

Now Odisha

ପୋଲିସ ଉପରେ ଆକ୍ରମଣ: ଜଣେ ଏଏସଆଇ ଗୁରୁତର, ୧୨ ଅଟକ |

Spread the love

ବଲାଙ୍ଗୀର ଜିଲା ଆଗଲପୁରରେ ପୋଲିସ ଉପରକୁ ଆକ୍ରମଣ ହୋଇଛି। ଆକ୍ରମଣରେ ଲୋଇସିଂହା ଥାନାର ଏଏସଆଇ ଜୀବନା ନନ୍ଦ ବେହେରା ଗୁରୁତର ଥିବାରୁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସ ୧୨ ଜଣଙ୍କୁ ଅଟକ ରଖି ଥିବା ସୂଚନା ମିଳିଛି। ସେମାନେ ହେଲେ ସଉମେଶ ଭରାସାଗର ଓ ବିକାଶ ଭରାସାଗର।ମିଳିଥିବା ସୂଚନା ଅନୁଯାୟୀ,ଆଗଲପୁର ଥାନା ଆଗଲପୁର ଘାସିପଡ଼ାର ଏକ ଦମ୍ପତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ ମହିଳା ଜଣକ ୧୧୨କୁ କଲ କରି ଅଭିଯୋଗ କରିଥିଲେ। ୧୧୨ରୁ ସୂଚନା ପାଇ ଆଗଲପୁର ପୋଲିସ ସମ୍ପୃକ୍ତ ବସ୍ତିକୁ ଯାଇଥିଲା। ହେଲେ ଆଗଲପୁର ପୋଲିସ ଦଳକୁ ବସ୍ତିର ଲୋକେ ଆକ୍ରମଣ କରିଥିଲେ। ପରବର୍ତ୍ତୀ ସମୟରେ ଆଗଲପୁର ଓ ଲୋଇସିଂହା ପୋଲିସ ମିଳିତ ଭାବେ ସେହି ବସ୍ତିକୁ ଯାଇଥିବାବେଳେ ପୁଣି ସେହି ବସ୍ତି ଲୋକେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଲୋଇସିଂହା ଥାନାର ଏଏସଆଇ ଜୀବନା ନନ୍ଦ ବେହେରା ଗୁରୁତର ହୋଇଛନ୍ତି। ପୋଲିସ ଟିମ ତାଙ୍କୁ ଉଦ୍ଧାର କରି ଆଗଲପୁର ଡାକ୍ତଖାନାରେ ଚିକିତ୍ସା କରୁଥିବା ଜଣାପଡ଼ିଛି।

error: Content is protected !!