ହାଇଦ୍ରାବାଦ ସହରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତ ଶ୍ରମିକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଡହଗାଁ ପଞ୍ଚାୟତ ସର୍ଗିଗୁଡା ଡଙ୍ଗରୀପଡାର ଜଗମୋହନ ମାଝୀଙ୍କ ପୁଅ ଦୁଲ୍ଲଭ ମାଝୀ । ଗୁରୁତର ଶ୍ରମିକ ଜଣକ ହେଲେ ସେହି ଗ୍ରାମର ଚନ୍ଦ୍ରଶେଖର ମାଝୀ।
ଦୁଲ୍ଲଭ ଏବଂ ଚନ୍ଦ୍ରଶେଖର ୩ରୁ ୪ ମାସ ତଳେ ଗାଁର କିଛି ଯୁବକଙ୍କ ସହିତ ହାଇଦ୍ରାବାଦ ସହର ପଟାନଚେରୁର ନନ୍ଦିଗାଁଓକୁ କାମ କରିବାକୁ ଯାଇଥିଲେ।
ସେଠାକାର ସେମାନେ ଏକ ଘରୋଇ ସଂସ୍ଥା ଜରିଆରେ ବିଲ୍ଡିଂ କାମରେ ନିୟୋଜିତ ହୋଇଥିଲେ। ଶୁକ୍ରବାର ସକାଳେ କାମରେ ନିୟୋଜିତ ଥିବା ବେଳେ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦୁଲ୍ଲଭଙ୍କ ମୃତ୍ୟୁ ଘଟିଥିଲା । ଏପଟେ ବିଲ୍ଡିଂରୁ ଖସିପଡି ଚନ୍ଦ୍ରଶେଖର ଗୁରୁତର ଆହତ ହୋଇଥିଲେ। ଚନ୍ଦ୍ରଶେଖର ସ୍ଥାନୀୟ ଏକ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
ଅନ୍ୟପଟେ ଠିକାଦାର ମୃତକ ଦୁଲ୍ଲଭର ମୃତଦେହକୁ ଏକ ଆମ୍ବୁଲାନ୍ସରେ ଭିଟାମାଟିକୁ ପଠାଉଥିବା ଜଣାପଡ଼ିଛି।

More Stories
NEET ଛାତ୍ରୀଙ୍କୁ ଟେକିନେଇ ଗଣବଳାତ୍କାର,
ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରି ଜେଲ୍ ଗଲେ ବାପ-ପୁଅ
ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ,