ଇରାନ କ୍ଲଷ୍ଟର ବମ୍ ମିସାଇଲରେ ଇସ୍ରାଏଲ ଉପରେ ଆକ୍ରମଣ କରୁଛି । ଏହାର ପରିଣାମ ଏତେ ଘାତକ ଯେ ଇସ୍ରାଏଲ ବି ଆତଙ୍କିତ । ଜନବସତି ଅଞ୍ଚଳରେ ଏହି ବୋମା ପଡୁଛି । ଇସ୍ରାଏଲ ନିଜେ ସୋସିଆଲ ମିଡିଆରେ ପୋଷ୍ଟ୍ କରି ଏହି ସୂଚନା ଦେଇଛି ଏବଂ ଏହା କେମିତି ଏତେ ବିପଦପୂର୍ଣ୍ଣ ହୋଇଛି, ତାହା ବି କହିଛି ।
ତେବେ ଏହି କ୍ଲଷ୍ଟର୍ ବମ୍ ମିସାଇଲ କ’ଣ?ଏ ଟେକ୍ନୋଲୋଜି କେମିତି କାମ କରେ? ଇରାନ ପାଖକୁ ଏହା ଆସିଲା କେମିତି ଏବଂ ଇସ୍ରାଏଲ ପାଇଁ ଏହା କେତେ ବଡ଼ ବିପଦ? କ୍ଲଷ୍ଟର ବମ୍ ମିସାଇଲ ଏକ ସ୍ୱତନ୍ତ୍ର ପ୍ରକାର ମିସାଇଲ । ଏହା ଭିତରେ ଗୋଟିଏ ବଡ଼ ୱାରହେଡ୍ ନ ଥାଏ, ବରଂ ଅନେକ ଛୋଟ ଛୋଟ ବୋମା ଭର୍ତ୍ତି ହୋଇଥାଏ । ଏହାକୁ ସବ୍ମ୍ୟୁନିଶନ୍ ବା ବମ୍ଲେଟ୍ କୁହାଯାଏ । ମିସାଇଲ ଲକ୍ଷ୍ୟ ନିକଟରେ ପହଞ୍ଚିଲେ, ଆକାଶରେ ଖୋଲିଯାଏ । ତା’ପରେ ଡଜନ୍ ଛୋଟ ଛୋଟ ବୋମା ଅଲଗା ଅଲଗା ଦିଗରେ ଖେଳିଯାଏ ଏବଂ ଭିନ୍ନ ଭିନ୍ନ ସ୍ଥାନରେ ପଡ଼ି ବିସ୍ଫୋରଣ କରେ । ଅର୍ଥାତ୍ ଗୋଟିଏ ମିସାଇଲ ଏକସଙ୍ଗେ ଅନେକ ସ୍ଥାନରେ ବିସ୍ଫୋରଣ କରିପାରେ । ସେଥିପାଇଁ ଏହାକୁ ଅତ୍ୟନ୍ତ ବିପଦପୂର୍ଣ୍ଣ କୁହାଯାଏ ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |