ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ଚାଲିଥିବା ସାମ୍ପ୍ରତିକ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର ପକ୍ଷରୁ ଏକ ଆନ୍ତଃମନ୍ତ୍ରାଳୟସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି। ସମ୍ମିଳନୀରେ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ ଓ ଡିଜେଲର ପର୍ଯ୍ୟାପ୍ତ ଷ୍ଟକ୍ ଉପଲବ୍ଧ ଅଛି ଏବଂ ଯୋଗାଣ ବ୍ୟବସ୍ଥା ସ୍ଥିର ଅଛି।
ସରକାର କହିଛନ୍ତି ଯେ, ପଶ୍ଚିମ ଏସିଆର ଘଟଣାବଳୀ ଉପରେ ସରକାର ନିରନ୍ତର ନଜର ରଖିଛନ୍ତି। ଦେଶରେ ଇନ୍ଧନ ଯୋଗାଣକୁ ନେଇ କୌଣସି ଅଭାବ ସୃଷ୍ଟି ହେବାର ସମ୍ଭାବନା ନାହିଁ। ତେଣୁ ସାଧାରଣ ଲୋକମାନଙ୍କୁ ଭୟଭୀତ ହୋଇ ପେଟ୍ରୋଲ ବା ଡିଜେଲ ଅଧିକ ପରିମାଣରେ କ୍ରୟ ନକରିବାକୁ ପରାମର୍ଶ ଦିଆଯାଇଛି।
ଅଧିକାରୀମାନେ କହିଛନ୍ତି ଯେ ଦେଶର ତେଲ କମ୍ପାନୀମାନଙ୍କ ପାଖରେ ପର୍ଯ୍ୟାପ୍ତ ଇନ୍ଧନ ମଜୁତ ରହିଛି ଓ ଆବଶ୍ୟକତା ଅନୁସାରେ ଯୋଗାଣ ଜାରି ରହିବ। ସରକାର ଲୋକମାନଙ୍କୁ ଅଫବାହରେ ବିଶ୍ୱାସ ନକରି ସାଧାରଣ ଭାବରେ ଇନ୍ଧନ କ୍ରୟ କରିବାକୁ ଅନୁରୋଧ କରିଛନ୍ତି।
ସେହିପରି ସରକାର ଦେଶର ଉର୍ଜା ସୁରକ୍ଷା ଓ ଇନ୍ଧନ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ ରଖିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି ମଧ୍ୟ ସୂଚନା ଦିଆଯାଇଛି।

More Stories
ମମତା ବାନାର୍ଜୀଙ୍କୁ ପୁଣି ଏକ ବଡ ଝଟକା, ବୈଠକରେ ପହଞ୍ଚିଲେ କେବଳ ୬ ସାଂସଦ ଏବଂ ୮ ବିଧାୟକ…
କ୍ଷମତାଚୁତ ପରେ ମମତାଙ୍କ ନୂଆ ଚାଲ୍! ସିଜେପି (CJP) କୁ ସମର୍ଥନ |
ସେବା ଓ ସମର୍ପଣର ଦୁଇ ବର୍ଷ |