ପ୍ରାଚୀ ଏଡୁକେସନ ଫାଉଣ୍ଡେସନର କଲ୍ଯାଣକାରୀ କାର୍ଯ୍ୟକ୍ରମ


କଟକ:(ବିନୋଦ କୁମାର୍ ଭୋଇ):- ପ୍ରାଚୀ ଏଡୁକେସନ ଫାଉଣ୍ଡେସନ୍ ତରଫରୁକଟକ ସାରଳା ଭବନ ଠାରେ ମାନବ କଲ୍ଯାଣ ପାଇଁ ଏକ ଶିକ୍ଷଣିୟ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ମଣିଷ ଆଜିର ଦିନରେ କିପରି ସୁସ୍ଥ ରହିବ ମାନସିକ ଶାନ୍ତି ପାଇବ ଆର୍ଥିକ ପରିସ୍ଥିତିର ମୁକାବିଲା କରି ଇଶ୍ବରଙ୍କ ଆଶୀର୍ବାଦ ପାଇ ସୁଖ ଆନନ୍ଦ ପ୍ରାପ୍ତି ହେବ ସେଇଥିପାଇଁ ଏହି ଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ପଶ୍ଚ୍ୟାଦପଟ୍ଟର ନାୟକ ଫାଉଣ୍ଡେସନ୍ ର ମୁଖ୍ଯ ବିଦ୍ଧାଣୀମାନବ ଜାତିର ଚିନ୍ତାନାୟକ ଓ ମାତୃ ଜାତିର ସେବକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ଏହି ମହାନ ପରିକଳ୍ପନାକୁସାରଳା ଭବନର ଭରପୁର ବୁଦ୍ଧିଜୀବୀଶ୍ରୋତା ଦର୍ଶକ ମାନେ ଆନ୍ତରିକ ଶୁଭ ଅଭିନନ୍ଦନ ଜଣାଇ ନିରନ୍ତର ସ୍ବାଗତଃକରିଥିଲେ।ଆଜିର କଳୁଷିତ ପରିବେଶ ପରିସ୍ଥିତି କୁ ମୁକାବିଲା କରିବା ପାଇଁ ଆଧ୍ୟାତ୍ମିକ ଭାବେ ପ୍ରବଚନ ଦେଲା ଭଳିବିଶିଷ୍ଟ ଚିକିତ୍ସକ ପ୍ରଫେସର ଜୟନ୍ତ କୁମାର ପଣ୍ଡା ବକ୍ତବ୍ଯ ପ୍ରଦାନ କରି କହିଲେ କିଶରୀରକୁ ଯତ୍ନ ନେବା ମଣିଷର ମୁଖ୍ଯ କର୍ତ୍ତବ୍ଯ,ବ୍ୟାମ,ଯୋଗ ଓ ପ୍ରାଣାୟାମ କରି ଇଶ୍ବର ଗାମୀ ହେଲେ ମଣିଷ ସୁଖ ଶାନ୍ତିର ଦ୍ବାର ଦେଖି ପାରିବ।ବିଶିଷ୍ଟ ମାନସିକ ଗବେଷକ ପ୍ରଫେସର ନୀଳମାଧବ ରଥ ତାଙ୍କର ଚିରାଚରିତ କୌତୁହଳ ଢଙ୍ଗରେ କହିଲେ କି ବର୍ତ୍ତମାନପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ମଣିଷ ମାନସିକ ଭାବେ ଦୁଃଖି ହୋଇ ଖାଲି ଅର୍ଥ ସ୍ବାର୍ଥ ପଛରେ ଧାଇଁଛନ୍ତି ତେଣୁ ଆମେଶାନ୍ତି ନପାଇ ଚିନ୍ତାଗ୍ରସ୍ତ ହୋଇ ମାନସିକ ଭାରସାମ୍ଯ ହରାଇ ଦୁଃଖକୁ ବରଣ କରୁଛେ।ଅର୍ଥ ହିଁ ଅନର୍ଥର କାରଣ ଅର୍ଥ କମ ଥିଲେ ଦୁଃଖୀ ଅର୍ଥ ବେଶି ଥିଲେ ବି ଦୁଃଖୀ । ଏହାର ମୁକାବିଲା କେବଳ କରିବ ଆଧ୍ୟାତ୍ମିକ ମାର୍ଗ।ସେଥିପାଇଁ ଆତ୍ମଜ୍ଞାନ ଅର୍ଜନ କରିବା ଜରୁରି।ଅର୍ଥ ବିଶେଷଜ୍ଞ ଶ୍ରୀଯୁକ୍ତ ରାଜୀବ ଶେଖର ସାହୁ ଆଜିର ଅର୍ଥନୈତିକ ପରିସ୍ଥିତିରବୋଝ ଦୁଃଖ ମଧ୍ଯକୁ ବେଳେବେଳେ ଠେଲିଦେଉଛି। ଏହିଭଳି ଭାବେ ଅର୍ଥନୀତିଉପରେ ବିସ୍ତୃତ ଆଲୋଚନା କରିଥିଲେ। କର୍କଟ ରୋଗର ମହାନ ଚିକିତ୍ସକ ପ୍ରଫେସର କୃପାସିନ୍ଧୁ ପଣ୍ଡା ଆଜିର ଜୀବନ ଉପରେ ବକ୍ତବ୍ଯ ରଖିଥିଲେ।ବାରବାଟୀବିଧାୟକ ମହମ୍ମଦ ମୋକିମ୍ ମାନବ ଧର୍ମ ଉପରେ ଆଧାରିତ କଛି ତଥ୍ଯ ପ୍ରଦାନ କରିଥିଲେ।ପ୍ରଫେସର ଚିତ୍ତ ରଞ୍ଜନ ଷଡଙ୍ଗୀ ବକ୍ତବ୍ଯ ଦେଲା ପରେ ଜଣାପଡିଲା କି ସମସ୍ତ ବକ୍ତାଙ୍କ ଗୋଟେ ସିଦ୍ଧାନ୍ତ ହେଲା ଯେ ଆଧ୍ୟାତ୍ମିକ ବାଦୀ ହୋଇ ଇଶ୍ବର ଗାମୀ ହେଲେ ମଣିଷ ସୁଖ ଶାନ୍ତିପ୍ରାପ୍ତି ହେବ। ସେଇଥି ପାଇଁ ମହାନ ଆଧ୍ୟାତ୍ମିକ ପ୍ରବକ୍ତା କ୍ରିୟାଯୋଗୀ ସ୍ବାମୀପ୍ରଜ୍ଞାନାନନ୍ଦ ଗିରି ଜୀବନ ବଞ୍ଚିବାର କୌଶଳ ଆଧ୍ୟାତ୍ମିକ ଭାବେ ବିସ୍ତୃତ ଆଲୋଚନା କରି ସମସ୍ତ ଶ୍ରୋତାଙ୍କ ମନ ଆତ୍ମାକୁ ଆଧ୍ୟାତ୍ମିକ ଗାମୀ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜଷ୍ଟିସ ମନୋରଞ୍ଜନ ମହାନ୍ତି,ପୂର୍ବତନ ମହିଳାକମିଶନ ଅଧ୍ୟକ୍ଷା ଶୀମତୀ ନମିତା ପଣ୍ଡାଡାକ୍ତର ଜୟଶ୍ରୀ ପଟ୍ଟନାୟକ, ଡକ୍ଟର ସତ୍ଯ ରାୟ,ଶ୍ରୀମତୀ ଗୀତା ରାଣୀ ଦାସ ଦିଲ୍ଲୀପ କୁମାର ବେହେରା,ପ୍ରଦୀପ ପଟ୍ଟନାୟକ, ଇଁ ପ୍ରଭାକର ସ୍ବାଇଁ,ସଂଜୀତ୍ପଟ୍ଟନାୟକ, ମମତା ବେବର୍ତ୍ତା ପଟ୍ଟନାୟକ , ଶୈଳଜା ଜେନା,ତୋଫାନ ଦାସ, ବ୍ରହ୍ମାନନ୍ଦ ମହାନ୍ତି,ସଂଯୋଜ କୁମାର ସାମନ୍ତରାୟ,ଅଦ୍ବୈତ ଚରଣ ନାୟକ ଅଦୈତ ଚରଣ ପ୍ରଧାନ,ଶ୍ରୀ ନିବାସ ରାଉତ ପ୍ରଦୀପ ସାମଲ, ସରୋଜ କାନ୍ତ ମଣ୍ଡଳ,ଓ ମୁରଲୀଧର ଶତପଥି ପ୍ରମୁଖ ଏହି ସମାଜ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। କଟକର ବିଭିନ୍ନ ଆବାସିକ ସଂଘ,ବରିଷ୍ଠ ନାଗରିକ ସଂଘ ଅବସର ପ୍ରାପ୍ତ ପୋଲିସ ଅଧିକାରୀ ସଂଘ ଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ଥିଲେ ।ଏହି ଅବସରରେ ଫାଉଣ୍ଡେସନ୍ ତରଫରୁ ସମସ୍ତ ଅତିଥି, ଓ ବକ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।କିଛି ସମିକ୍ଷଙ୍କମତ ହେଲା ଏହିକିଯେ ଫାଉଣ୍ଡେସନମୁଖ୍ଯଙ୍କର ଯେଉଁ ସାଧୁ ଉଦ୍ୟମ ଚିନ୍ତା ଚେତନା ଜାଗ୍ରତ ହୋଇଛି ଏହା ଆଗାମୀ ଭବିଷ୍ଯତ ମାନବ ସମାଜ ପାଇଁ ସୁଖ ଶାନ୍ତିର ପଥ ସୃଷ୍ଟି କରି ପାରିବ। ସର୍ବ ଶେଷରେ ଡାକ୍ତର ଭାଗ୍ୟଲକ୍ଷ୍ମୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


error: Content is protected !!