ବାଣପୁର : ଦିନ ଦ୍ବିପ୍ରହରରେ ୬୦ ଗ୍ରାମ ସୁନା ଅଳଙ୍କାର ସହ ନଗଦ ୧ ଲକ୍ଷ ୪୪ ହଜାର ଟଙ୍କା ଲୁଟ। ବାଲୁଗାଁ ଥାନା ଇଂଜନପୁର ନିକଟରୁ ଦୁଇଟି ବାଇକରେ ଆସି ଲୁଟିଲେ ଦୁର୍ବୃତ୍ତ। ଅଭିଯୋଗ କ୍ରମେ ଆଜି ସକାଳୁ ସୁବୁଦ୍ଧିପାଟଣା ଛକର ଅଶୋକ ସାହୁ ବାଲୁଗାଁ କାନାରା ବ୍ୟାଙ୍କରୁ ଋଣ ପରିଶୋଧ କରି ବନ୍ଧକ ରଖିଥିବା ୬୦ ଗ୍ରାମର ସୁନା ଅଳଙ୍କାର ଏବଂ ବଳକା ଥିବା ନଗଦ ୧ ଲକ୍ଷ ୪୪ ହଜାର ଟଙ୍କାକୁ ତାଙ୍କ ସ୍କୁଟି ଡ଼ିକିରେ ରଖି ଘରକୁ ଫେରୁଥିଲେ।ସେହି ସମୟରେ ପଛପଟୁ ଏକ ବାଇକ ଚାଳକ ଆସି ତାଙ୍କ ଟଙ୍କା ପଡିଯାଇଛି ବୋଲି କହିବାରୁ ଅଶୋକ ପଛକୁ ଦେଖିବାରେ ରାସ୍ତାରେ କିଛି ଟଙ୍କା ପଡିଥିବା ଦେଖିଥିଲେ। ଅଶୋକ ସ୍କୁଟିରେ ଚାବି ଲଗାଇ ଟଙ୍କା ଗୋଟାଇବାକୁ ଯାଇଥିଲେ। ତେବେ ରାସ୍ତାରେ ପଡିଥିବା ୧୭୦ଟଙ୍କା ଅଶୋକ ଗୋଟାଉ ଥିବାବେଳେ ଆଉ ଦୁଇଜଣ ଦୁର୍ବୃତ୍ତ ସ୍କୁଟି ପାଖକୁ ଯାଇ ଡ଼ିକି ଖୋଲି ବ୍ୟାଗରେ ଥିବା ସମସ୍ତ ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇ ବାଲୁଗାଁ ଅଭିମୁଖେ ଫେରାର ହୋଇ ଯାଇଥିଲେ।
ଏଭଳି ଅଭିନଵ ଢଙ୍ଗରେ ୧୭୦ ଟଙ୍କାର ଲୋଭ ଦେଖାଇ ଲୁଟ କରିବା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅନ୍ୟପଟେ ଗତ ୧୪ ତାରିଖରେ ବାଲୁଗାଁ ଏନଏସି ଅଞ୍ଚଳରୁ ୮ଟି ମନ୍ଦିରରୁ ଚୋରୀ, ଦୁଇ ଦିନ ପୂର୍ବେ କଳିଯୁଗେଶ୍ୱର୍ ପାହାଡ଼ରୁ ଅଜ୍ଞାତ ମୃତ ଦେହ ଉଦ୍ଧାର ଘଟଣା ପରେ ପୁଣି ଦିନ ଦ୍ବିପ୍ରହରରେ ବାଲୁଗାଁ ଅଞ୍ଚଳରୁ ଲୁଟ ହେବା ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି।

More Stories
ଗ୍ୟାସ୍ ଯୋଗାଣରେ ସଙ୍କଟ: ଜଙ୍ଗଲରୁ କାଠ ସଂଗ୍ରହ ନ କଲେ ଜନଜାତିଙ୍କ ଚୁଲି ଜଳେ ନାହିଁ ।
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସରକାରୀ କ୍ୱାଟର ଗୁଡିକ ଭୁତକୋଠି ପାଲଟିଗଲାଣି : ମରାମତି ପାଇଁ ଦାବୀ
ଭୁବନେଶ୍ୱରରେ ବଦଳିଲା ପେଟ୍ରୋଲ ଓ ଡିଜେଲ ଦାମ୍, ଦର ଉପରେ ପକାନ୍ତୁ ନଜର