ବିଜୁଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳନ


ଶେରଗଡ଼:(ବାପୁନି ସେଠୀ):- ଆଜି ଶେରଗଡ଼ ବ୍ଲକରେ ପାଳିତ ହୋଇଯାଇଛି ବିଜୁଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ l ଡିସେମ୍ବର ୨୬ ତାରିଖ ସକାଳ ସମୟରେ ଶେରଗଡ଼ ବ୍ଲକ ଠାରୁ ବାହାରି ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ lଏହି ଅବସରରେ ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ , ଶେରଗଡ଼ ବିଜେଡି ସଭାପତି ଶ୍ରୀ ଶରତ ଚନ୍ଦ୍ର ପାତ୍ର , ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ , ବରିଷ୍ଠ ନେତା ହିନ ବେହେରା , ସମୀର ପ୍ରଧାନ , ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ପାଣିଗ୍ରାହୀ ସମେତ ସରପଞ୍ଚ ଓ ସମିତି ସଭ୍ୟ ସହ ଲୋକ ପ୍ରତିନିଧି ଯୋଗ ଦେଇଥିଲେ l


error: Content is protected !!