ମାତ୍ର ଦୁଇ ମାସ ସରିଛି । ଜାନୁଆରୀ-ଫେବ୍ରୁଆରୀ ପରେ ମାର୍ଚ୍ଚ ଚାଲିଛି । ଦୁଇ ମାସରେ ଅନେକ କିଛି ଦେଖି ସାରିଲାଣି ବିଶ୍ୱ । ପ୍ରଥମେ ବର୍ଷ ଆରମ୍ଭରୁ ଅନେକ ବିମାନ ଦୁର୍ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧ । ଭେନେଜୁଏଲାଠୁ ଇରାନ । ଆଫଗାନିସ୍ତାନରୁ ପାକିସ୍ତାନ । ସବୁଠି ଯୁଦ୍ଧ ପରିସ୍ଥିତି ।ଯାହା ବିଶ୍ୱବାସୀଙ୍କୁ ଭୟଭୀତ କରି ରହିଛି । ଏସବୁ ଭିତରେ ଏକ ଅଜଣା ଭୟ ଘାରିଛି ଜାପାନବୀସୀଙ୍କୁ । ତାହା ହେଲା ଭୂମିକମ୍ପ ଏବଂ ସୁନାମିର ଭୟ ।
୨୦୧୧ ମସିହା । ଥରି ଉଠିଥିଲା ପ୍ରଶାନ୍ତ ମହାସାଗର ତଥା ଚୀନର ଦକ୍ଷିଣରେ ଥିବା ଜାପାନ । ଯାହା ନେଇଥିଲା ଶହ ଶହ ଜୀବନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୯.୦ । ପ୍ରଥମେ ଥରିଥିଲା ମାଟି । ଏହାପରେ ଆସିଥିଲା ସୁନାମି । ତୋହାକୁ ଅଞ୍ଚଳରେ ମାଡ ହୋଇଥିବା ବଡ ଲହରି । ଯେଉଁଥିରେ ପ୍ରାଣ ହରାଇଥିଲେ ୨୦ ହଜାର ଲୋକ । ଇଓ୍ୱାତେ, ମିୟାଗି, ଫୁକୁସୀମା ସହର ଧ୍ୱଂସ ହୋଇଯାଇଥିଲା ।
ୟୁନେସ୍କୋ ହିସାବରେ ୨୦୧୦ରେ ଜାପାନରେ ଆସିଥିବା ଭୂମିକମ୍ପ ଶତାବ୍ଦୀର ଅନ୍ୟତମ ଶକ୍ତିଶାଳୀ ବିପର୍ଯ୍ୟୟ । ଯାହା ଏବେବି ଜାପାନବୀସୀଙ୍କ ମନରୁ ଲିଭିନି । ଏନେଇ ଏକ ସର୍ଭେରେ ପ୍ରକାଶ ପାଇଛି ରିପୋର୍ଟ । ପ୍ରାୟ ୮୦ ପ୍ରତିଶତରୁ ଅଧିକ ଜାପାନବାସୀ ଆଉ ଏକ ଏପରି ଭୟଙ୍କର ବିପର୍ଯ୍ୟୟ ଭବିଷ୍ୟତରେ ଆସିବ ବୋଲି ଆଶଙ୍କା କରୁଛନ୍ତି । ସେମାନଙ୍କ ମନରେ ସମ୍ଭାବ୍ୟ ଭୂମିକମ୍ପ ନେଇ ଭୟ ରହିଛି ।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ଭୟରେ ଅଧିକ ଗ୍ୟାସ୍ କିଣୁଛନ୍ତି ଗ୍ରାହକ:ଦୈନିକ ୭୫.୭ ଲକ୍ଷ ବୁକିଂ:ଯୁଦ୍ଧ ପୂର୍ବରୁ ଥିଲା ୫୫.୭ ଲକ୍ଷ |