କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାରେ ଚାଞ୍ଚଲ୍ୟ। ହତ୍ୟା କରି ଫେରାର୍ ହୋଇଯାଇଥିବା ଅଭିଯୁକ୍ତ ଗାଁର ପାଣି ଟାଙ୍କି ଉପରେ ଲୁଚିଥିବା ଦେଖିବାକୁ ମିଳିଛି। ତେବେ ଅଭିଯୁକ୍ତ ଜଣଙ୍କ ପାଣିଟାଙ୍କି ଉପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ପୋଲିସ ଗୁରୁତର ଅବସ୍ଥାରେ ତାଙ୍କୁ କାବୁ କରି କୁଣ୍ଢେଇଗୋଳା ଡାକ୍ତରଖାନାରେ ଭର୍ତ୍ତି କରିଛି।ପଟାସ ପାଣି ପିଆଇ ବିଷ ବାହାର କରିବାକୁ ଚେଷ୍ଟା କରାଯାଉଛି। ଚିକିତ୍ସା ପାଇଁ ସହଯୋଗ କରୁ ନାହିଁ ହତ୍ୟାକାରୀ ରମେଶ ଗରିଆ। ଉଚ୍ଚତର ଚିକିତ୍ସା ପାଇଁ ଛତାବର ସିଏଚସିକୁ ପଠାଯାଇଛି। ସୂଚନାଯୋଗ୍ୟ, ସ୍ତ୍ରୀ , ବୋହୂ ଏବଂ ନାତୁଣୀଙ୍କୁ ହତ୍ୟା ପରେ ରମେଶ ଗରିଆ ଫେରାର୍ ମାରିଥିଲେ।

More Stories
ଇତିହାସରୁ ପ୍ରେରଣା ନେଇ ଭବିଷ୍ୟତର ଓଡ଼ିଶା ପାଇଁ ସେତୁବନ୍ଧ ତିଆରି କରିବା : ଧର୍ମେନ୍ଦ୍ର ପ୍ରଧାନ
ଡାକ୍ତର ନାହାନ୍ତିକି କର୍ମଚାରୀ ନାହାନ୍ତିପ୍ରାଥମିକ ଚିକିତ୍ସାଳୟରେ ତାଲା, ରୋଗୀ ହନ୍ତସନ୍ତ |
ହାରେକା ସାହାରା ପରିବାର ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ।