କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କୋତାବାଲସା-କିରାଣ୍ଡୁଳ କେ.କେ ରେଳପଥର ପାଡୁଆ ଷ୍ଟେଶନର ଅନତି ଦୂରରେ ଜଣେ ଯୁବକଙ୍କ ମୃତ ଶରୀର ମୁଣ୍ଡ-ଗଣ୍ଡି ଅଲଗା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଶୁକ୍ରବାର ପୂର୍ବାହ୍ନ ୧୦ ଟାରୁ ୧୧ଟା ମଧ୍ୟରେ କୋରାପୁଟ ପଟୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ମାଲଗାଡ଼ି ଧକ୍କାରେ ଏଭଳି ଅଘଟଣ ହୋଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।ଯୁବକଙ୍କ ପରିଚୟ ମିଳିନି। ରେଳ ବିଭାଗ ଆର୍ପିଏଫ୍ କର୍ତ୍ତୃପକ୍ଷ ସ୍ଥିତି ଅନୁଧ୍ୟାନ କରି ତଦନ୍ତ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି।

More Stories
ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ
ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ
ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଏଲ୍ଓମାନଙ୍କର ‘ଏସଆଇଆର’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ