February 19, 2026

Now Odisha

Now Odisha

ଦୁର୍ନିତୀଗ୍ରସ୍ତ ଡାକ୍ତର ବିରୋଧରେ ବିଦ୍ରୋହମୋହନାରେ ଆଶାକର୍ମୀ ଓ କର୍ମଚାରୀଙ୍କ ଗର୍ଜନ |

Spread the love

ଦୁର୍ନିତୀ, ଅନିୟମିତତା ଓ ମାନସିକ ଉତ୍ପୀଡନ ଅଭିଯୋଗକୁ ନେଇ
ଗର୍ଜି ଉଠିଛନ୍ତି ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆଶାକର୍ମୀ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ।
ଡାକ୍ତରଙ୍କ ଗିରଫ ଓ ବଦଳି ଦାବିରେ ଆଜି ସରଗରମ ହୋଇଛି ମୋହନା।

ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ କାର୍ଯ୍ୟରତ
ପ୍ରାୟ ୫ଶହରୁ ଅଧିକ ଆଶାକର୍ମୀ ଓ ସ୍ୱାସ୍ଥ୍ୟ କର୍ମଚାରୀ କାର୍ଯ୍ୟରତ
ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ାକ୍ତର ଜୟ ପଣ୍ଡାଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି ବିରାଟ ବିକ୍ଷୋଭ ଶୋଭାଯାତ୍ରା ।

ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡ଼ିଆଠାରୁ ସେମାନେ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ମୁଖ୍ୟ ସଡ଼କର ବିଭିନ୍ନ ସ୍ଥାନରେ ଡାକ୍ତର ଜୟପଣ୍ଡାଙ୍କ ବିରୋଧରେ ନାରାବାଜି କରି ମୋହନା ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସଭା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ପ୍ରସାଦ ଭୂୟାଁଙ୍କ ଠାରେ
ଗୁରୁତର ଅଭିଯୋଗ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ ।

ଆଶାକର୍ମୀ ଓ କର୍ମଚାରୀମାନେ ଆଣିଥିବା ଅଭିଯୋଗ ପ୍ରକାରେ ସଂପୃକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା ଜୟ ପଣ୍ଡା ଅଫିସକୁ ନଆସି ଘରୁ କାର୍ଯ୍ୟ ପରିଚାଳନା କରୁଥିବା , କର୍ମଚାରୀଙ୍କୁ LIC ପଲିସି କରିବାକୁ ବାଧ୍ୟ କରିବା, ସେମାନଙ୍କ ପ୍ରୋତ୍ସାହନ ଓ ଦରମା ପ୍ରଦାନରେ ଅନିୟମିତତା କରୁଥିବା , କାର୍ଯ୍ୟରତ CHO ମାନଙ୍କ ପ୍ରୋତ୍ସାହନ ରାଶି ହଡପ କରିଥିବା, ଜାଲ୍ ବିଲ ମାଧ୍ୟମରେ ସରକାରୀ ଟଙ୍କାର ଦୁରୁପଯୋଗ, ଅଧସ୍ଥନ କର୍ମଚାରୀଙ୍କୁ ଅଶାଳୀନ ଭାଷା ଓ ମାନସିକ ଉତ୍ପୀଡନ ଦେବା ସହ ସରକାରୀ ଗାଡିକୁ ବ୍ୟକ୍ତିଗତ କାମରେ ବ୍ୟବହାର କରୁଥିବା ସେମାନେ ଅଭିଯୋଗ ରଖିଛନ୍ତି।

ତେବେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯଦି ୨ ଦିନ ମଧ୍ୟରେ ଡ଼ାକ୍ତର ପଣ୍ଡାଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହୁଏ,
ତେବେ ସେମାନଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ସହିତ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।

error: Content is protected !!