ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଲଡୁଗାଁ,ବରାଡୋଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଅପରାହ୍ନରେ ପ୍ରବଳ ମାତ୍ରାରେ କୁଆ ପଥର ବର୍ଷା ହୋଇଛି । ଏଭଳି କୁଆ ପଥର ବର୍ଷା ବିଗତ ୨୦ ବର୍ଷ ମଧ୍ୟରେ ହୋଇ ନଥିବା ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି । ରାସ୍ତାରେ ୪/୫ ଇଞ୍ଚର କୁଆ ପଥର ଆସ୍ତରଣ ଦେଖିବାକୁ ମିଳିଛି ।
ବରାଡୋଙ୍ଗା ପଞ୍ଚାୟତ ଶିଉନି ଗାଁରେ ରାସ୍ତାରେ କୁଆ ପଥର ଏଭଳି ବିଛାଇ ହୋଇ ପଡିଥିଲା ଯେ କିଛି ସମୟ ପାଇଁ ଧରାପୃଷ୍ଠ ଧଳା ଚାଦରରେ ଘୋଡାଇ ହୋଇଥିବା ମନେ ହେଉଥିଲା । ଏହି ଅଞ୍ଚଳ କିଛି ସମୟ ପାଇଁ କଶ୍ମୀରର ଭ୍ରମ ସୃଷ୍ଟି କରିଥିଲା । କିଛି ସମୟ ଧରି ପବନ ସହ ନିର୍ଘାତ ବର୍ଷା ସହ କୁଆ ପଥର ବର୍ଷା ରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ ।
ଜାତୀୟ ରାଜପଥରେ କୁଆ ପଥର ବର୍ଷା ଯୋଗୁଁ ରାସ୍ତାରେ ଅନେକ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।ଅନ୍ୟପଟେ ଡାଲି ଜାତୀୟ ମୁଗ ବିରି,ସୂର୍ଯ୍ୟମୁଖୀ ଫସଲ ଓ ଚାଷୀ କରିଥିବା ପନିପରିବା ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । କୋକସରା ବ୍ଲକ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସହ ପ୍ରବଳ କୁଆ ପଥର ମାଡ଼ ଲୋକଙ୍କ ମନରେ ଭୟ ସଞ୍ଚାର କରିଛି।

More Stories
ରାଜ୍ୟରେ କଲବଲ କରିବ କାଳବୈଶାଖୀ, ୨୬ ରୁ ୨୮ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ: ସଙ୍କଟରେ ବନ୍ୟଜନ୍ତୁ
ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଝାରସୁଗୁଡ଼ା ବନଖଣ୍ଡର ବ୍ୟାପକ ପ୍ରସ୍ତୁତି; ୬୪ ସ୍କ୍ୱାଡ୍ ଓ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଜାରି