February 4, 2026

Now Odisha

Now Odisha

ଭିଜିଲାନ୍ସ ଜାଲରେ ପୁଲିସ ବାବୁ |

Spread the love

ଭୁବନେଶ୍ଵର, ୨୫/୦୮ : ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ଏସଆଇ ଜଗା ବରିହା ଜଣେ ଡିଲରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ କାବୁ କରିଛି। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ଜଗା ବରିହାଙ୍କ ୩ଟି ସ୍ଥାନରେ ଚଢାଉ ଜାରି ରହିଛି। ଜଣେ ସ୍କ୍ରାପ୍ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଧମକ ଦେଇ ବିଜେପୁର ଥାନା ଏସଆଇ ଜଗା ବରିହା ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ହେଲେ ଡିଲର ଜଣଙ୍କ ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି ଅକ୍ଷମତା ପ୍ରକାଶ କରିବାରୁ ଜଗା ୭ ହଜାର ଟଙ୍କା ମାଗିଥିଲେ। ଅନ୍ୟ କୌଣସି ବିକଳ୍ପ ନଥିବାରୁ, ଡିଲର ଜଣଙ୍କ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି କ୍ରମେ ଆଜି ଭିଜିଲାନ୍ସ ଏସଆଇଙ୍କ ଉପରେ ନଜର ରଖିଥିଲା। ଏସଆଇ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ଜଗାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ଏହା ସହ ୩ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରୁଛି।

error: Content is protected !!