ବିଶ୍ଵ ପଖାଳ ଦିବସ ଅବସରରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ମଣ୍ଡଳର ଯୁବ ନେତୃତ୍ୱ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗରାମ ପଞ୍ଚାୟତ ର ଅଇରି ଗ୍ରାମରେ ବିଶ୍ଵ ପଖାଳ ଦିବସ ପାଳିତ ହୋଇଯାଇଛି। ଏହ ଅବସରରେ ନୂତନ ଭାବେ ଦାଇତ୍ୱ ନେଇଥିବା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ ଦାସ ଙ୍କ ସମେତ ତିର୍ତ୍ତୋଲ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବିଜେପି କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ଦ୍ବାରା ବିଶ୍ଵ ପଖାଳ ଦିବସ ପାଳିତ ହୋଇଯାଇଅଛି। ଏହି ପଖାଳ ଦିବସରେ ଦହି ପଖାଳ ସାଙ୍ଗକୁ,ମାଛ ଭଜା, ଆଳୁ ଚଟଣୀ, ଶାଗ, ବଢି ଚୁରା, ବାଇଗଣ ଭଜା ଦେଶି କାକୁଡ଼ି ସହିତ ଭଳିକି ଭଳି ଓଡିଆ ଖାଦ୍ୟ ହୋଇଥିଲା। ଏହାର ମଜାନେବା ପାଇଁ ଅନେକ ଲୋକମାନେ ଏଠାରେ ଉପସ୍ଥିତ ଥିଲେ। ଓଡ଼ିଶା ର ପଖାଳ କଂସା ରେ ବହୁତ ଆନନ୍ଦ ରହିଥାଏ ବୋଲି ବିଶ୍ଵାସ ରହିଛି। ଏହାକୁ ସାରା ବିଶ୍ୱବାସୀ ପାଳନ କରୁଥିବା ବେଳେ ତିର୍ତ୍ତୋଲ ରେ ଏହାକୁ ବେଶ୍ ଆଡ଼ମ୍ବର ରେ ପାଳନ କରାଯାଇଛି। ଏଥିରେ ଜୟଲକ୍ଷୀ ମହାନ୍ତି,ବିଭୁତି ଭୂଷଣ ସ୍ବାଇଁ, ରମାକାନ୍ତ ସାହୁ,ରମେଶ ନାୟକ, ତନ୍ମୟ ତ୍ରିପାଠୀ, ରାଜେନ୍ଦ୍ର ଦାସ, ବିରଞ୍ଚି ନାରାୟଣ ନନ୍ଦ,ଦେବଯୋତି କାନୁନଗୋ,ବେବିନା ମହାରଣା,ବନଜା ମହାନ୍ତି,ଲିଲିବାଳା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସଭା ପରିଶେଷରେ ତାପସ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ସମସ୍ତ ମିଳିମିଶି ପଖାଳ ଖାଇ ଆଜିର ଦିବସ ଟିକୁ ପାଳନ କରିଥିଲେ।

More Stories
ହାରେକା ସାହାରା ପରିବାର ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ।
ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ
୨୫ ତାରିଖ ଦିନ ଶୁଭ ବେଳାରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି |