ଆଜି ସୁପ୍ରିମକୋର୍ଟ ୱାକଫ୍ ସଂଶୋଧନ ଆଇନ ୨୦୨୫ର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ତାଙ୍କର ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତା ୱାକଫ୍ ସଂଶୋଧନ ଆଇନ ୨୦୨୫ର ବୈଧତା ଉପରେ କୌଣସି ରାୟ ଦେଇନାହାଁନ୍ତି ଏବଂ ଆଇନକୁ ସ୍ଥଗିତ ରଖିବାକୁ ମନା କରିଛନ୍ତି । କିନ୍ତୁ ଏହାର ଧାରା ଗୁଡିକୁ ସ୍ଥଗିତ ରଖିବା ସମୟରେ କିଛି ସର୍ତ୍ତ ରଖିଛନ୍ତି । ସର୍ବୋଚ୍ଚ ଅଦାଲତ ଆଇନର ୨ଟି ଧାରା ଉପରେ ସ୍ଥଗିତ ରଖିଛନ୍ତି । ଏହାସହିତ ସର୍ତ୍ତାବଳୀ ସ୍ଥିର କରି ସେମାନଙ୍କର ଅନୁପାଳନ ସୁନିଶ୍ଚିତ କରିବାକୁ କହିଛନ୍ତି । ବିଶେଷ କରି ୫ବର୍ଷର ଆବଶ୍ୟକତାର ବ୍ୟବସ୍ଥାକୁ ନିଷିଦ୍ଧ କରିଛନ୍ତି । ଧାରା ୩୭୪କୁ ନିଷିଦ୍ଧ କରାଯାଇଛି । ରାଜସ୍ୱ ରେକର୍ଡ ସହିତ ଜଡିତ ଧାରା ନିଷିଦ୍ଧ କରାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ ୱାକଫ୍ ବୋର୍ଡରେ ରହିବେ ନାହିଁ ୩ରୁ ଅଧିକ ଅଣମୁସଲିମ୍ । ସମ୍ପୂର୍ଣ୍ଣ ଆଇନରେ ରୋକ୍ ଲଗାଇବାର ଆବଶ୍ୟକତା ନାହିଁ । ବିବାଦର ସମାଧାନ ଜିଲାପାଳ କରିପାରିବେ ନାହିଁ । ୱାକଫ୍ ବୋର୍ଡର ସିଇଓ ଜଣେ ମୁସଲିମ୍ ହେବା ଆବଶ୍ୟକ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।
ଟ୍ରିବ୍ୟୁନାଲର ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ କୌଣସି ପକ୍ଷ ବିରୋଧରେ ତୃତୀୟ ପକ୍ଷ ଅଧିକାର ସୃଷ୍ଟି କରାଯାଇପାରିବ ନାହିଁ । ଜିଲାପାଳଙ୍କୁ ଏପରି ଅଧିକାର ଦେଉଥିବା ବ୍ୟବସ୍ଥା ସ୍ଥଗିତ ରହିବ । ସୁପ୍ରିମକୋର୍ଟ ଆଇନକୁ ସ୍ଥଗିତ ରଖିବାକୁ ମନା କରି କହିଛନ୍ତି ଯେ ଯେକୌଣସି ଆଇନର ସାମ୍ବିଧାନିକ ସପକ୍ଷରେ ସର୍ବଦା ଏକ ଅନୁମାନ ଥାଏ । ଏବଂ କେବଳ ଅତି ବିରଳ ମାମଲାରେ ହସ୍ତକ୍ଷେପ କରାଯାଏ । ତେଣୁ ସୁପ୍ରିମକୋର୍ଟ ଆଇନକୁ ସ୍ଥଗିତ ରଖିପାରିବେ ନାହିଁ । ଗତ ମେ ୨୨ରେ ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ । ୨୦୨୫ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ବେଳେ କେତେକ ଆବେଦନ ଉପରେ ଅନ୍ତରୀଣ ରାୟ ଶୁଣାଇଛନ୍ତି ମୁଖ୍ୟ ବିଚାରପତି ବି.ଆର ଗବଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…