ବ୍ରହ୍ମପୁର: ଯାତ୍ରା ଚାଲିଥିବା ବେଳେ ରକ୍ତାକ୍ତ ସଂଘର୍ଷ। କୋଠିଶାଳ ଯାତ୍ରା ଅବସରରେ ମହାଭାରତ ନାଟକ ପରିବେଷଣ ଚାଲିଥିବା ସମୟରେ ଘଟିଲା ଛୁରାମାଡ଼। ଗଞ୍ଜାମଜିଲ୍ଲା ଖଲ୍ଲିକୋଟ ଥାନା ତୋଟା ଗାଁରେ ଘଟିଛି ଏଭଳି ଅଘଟଣ। ଛୁରାମାଡ଼ରେ କାହ୍ନା ନାହାକ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଛୁରାମାଡ଼ କରିଥିବା ଅଭିଯୋଗ ଥିବା ଦୁଇ ଯୁବକ ବାଦଲ ପାହାନ ଓ ଭୋଳା ପ୍ରଧାନ ମଧ୍ୟ ଆହତ ହୋଇଛନ୍ତି। ତିନି ଜଣଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କାହ୍ନାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପରବର୍ତ୍ତୀ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ଖଲ୍ଲିକୋଟ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ଯାତ୍ରା ମଧ୍ୟରେ ଏଭଳି ହିଂସାକାଣ୍ଡକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସେପଟେ ଛୁରାମାଡ଼ର କାରଣ ଅସ୍ପଷ୍ଟ ରହିଛି। ଛୁରାମାଡ଼ କରିଥିବା ବାଦଲ ଓ ଭୋଳାକୁ ଖଲ୍ଲିକୋଟ ମେଡିକାଲରେ ଚିକିତ୍ସା ପରେ ପୋଲିସ ଥାନାରେ ଅଟକ ରଖିଛି।
