ଲାଞ୍ଜିଗଡ଼,୧୧/୪ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଜେନ୍ଦ୍ରପୁର କ୍ରିକେଟ କମିଟି ପକ୍ଷରୁ ରାଜେନ୍ଦ୍ରପୁର କପ ୨୦୨୬ ସିଜନ-୧ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ବନ୍ଧପାରି ଖେଳ ପଡ଼ିଆ ଠାରେ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଅନୁଷ୍ଠିତ ଏହି ଉଦଯାପନୀ ମ୍ୟାଚ୍ ବନ୍ଧପାରି ଓ ଡାଙ୍ଗବାଡ଼ି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଫାଇନାଲ ମ୍ୟାଚରେ ପ୍ରଥମେ ବନ୍ଧପାରି ଦଳ ଟସ ଜିତି ବ୍ୟାଟିଙ୍ଗ କରିଥିବା ବେଳେ ୧୨ ଓଭର ବିନିମୟରେ ୯ ଉଇକେଟ ହରାଇ ୧୩୪ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଡାଙ୍ଗବାଡ଼ି ଦଳ ୧୨ଓଭର ବିନିମୟରେ ୯ ଉଇକେଟ ହରାଇ ୧୦୫ରନ ସଂଗ୍ରହ କରି ବନ୍ଧପାରି ଦଳ ଠାରୁ ପରାଜୟ ହୋଇଥିଲା I ଏହି ମ୍ୟାଚରେ ବନ୍ଧପାରି କ୍ରିକେଟ ଦଳ ଡାଙ୍ଗବାଡ଼ି କ୍ରିକେଟ ଦଳ ଠାରୁ ୨୯ ରନ୍ରେ ବିଜୟୀ ହାସଲ କରି ଚମ୍ପିୟାନ ହୋଇଥିଲା । ଉକ୍ତ ଉଦଯାପନୀ ଦିବସର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବନ୍ଧପାରୀ ପଞ୍ଚାୟତ ସରପଞ୍ଚ ଜଗବନ୍ଧୁ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭୈରବ ମାଝୀ, ତ୍ରିନାଥ ଗୌଡ଼, ନରସିଙ୍ଘ ଗୌଡ଼,ପଦ୍ମନ ହରିଜନ, ବିପିନ୍ଦ୍ର ଗୌଡ଼, ଶ୍ୟାମସୁନ୍ଦର ମାଝୀ, ଜଗନ୍ନାଥ ହରିଜନ, ସୁନାଧର ମାଝୀ, ରତ୍ନାକର ମାଝୀ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଉପସ୍ଥିତ ଅତିଥିଙ୍କ ଦ୍ୱାରା ବିଜେତା ଖେଳାଳି ମାନଙ୍କୁ ନଗଦ ବାର ହଜାର ଟଙ୍କା ଅର୍ଥରାଶି ସହ ଟ୍ରଫି ଓ ପରାଜିତ ଦଳକୁ ନଗଦ ଆଠ ହଜାର ଟଙ୍କା ଅର୍ଥରାଶି ସହ ଟ୍ରଫି ପୁରସ୍କାର ପ୍ରଦାନ କରାଯାଇଥିଲା I ଏଥିରେ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଅଜିତ ଗ୍ରହଣ କରିଥିଲେ। ଉକ୍ତ ଉଦଯାପନୀ ମ୍ୟାଚରେ ଶଙ୍କର ମାଝୀ ଓ ମଣ୍ଟୁ ମାଝୀ ସମେତ ଦ୍ରୁବ ହରିଜନ ଅମ୍ପିୟାର ଭାବେ ଖେଳ ପରିଚାଳନା କରିଥିବାବେଳେ କୁଳମଣି ବାଗ ସ୍କୋର ବୋର୍ଡ଼ ଦାୟିତ୍ୱ ତୁଲାଇଥିଲେ। ଏଥିରେ ବିସିକେଶନ ହରପାଲ ଓ ରାଜେଶ ଧାମୁଡ଼ିଆ ଧାରା ବିବରଣୀ ପ୍ରଦାନ କରିଥିଲେ। ଉକ୍ତ କ୍ରିକେଟ ଟୁର୍ନାମେଣ୍ଟ ଅପ୍ରେଲ ୮ ତାରିଖରେ ଆରମ୍ଭ ହୋଇ ୧୦ ତାରିଖ ଶୁକ୍ରବାରରେ ଉଦଯାପିତ ହୋଇଥିବାବେଳେ ଏଥିରେ ଆଖପାଖ ଅଞ୍ଚଳର ଆଠ ଗୋଟି କ୍ରିକେଟ ଦଳ ଭାଗ ନେଇଥିଲେ। ଏହି ଟୁର୍ନାମେଣ୍ଟରେ ରାଜେନ୍ଦ୍ରପୁର କ୍ୟାପଟେନ ଶଙ୍କର ମାଝୀଙ୍କ ସମେତ ଅନଙ୍ଗ ମାଝୀ, ଦୁର୍ବା ହରିଜନ,କୁଳମଣି ବାଗ, ଖଗେଶ୍ୱର ମାଝୀ, ସୁନୀଲ ମାଝୀ, ସରୋଜ ମାଝୀ,ରୋହିତ ମାଝୀ,ଗୋପାଳ ବାଗ ସମେତ ରାଜେନ୍ଦ୍ରପୁର କ୍ରିକେଟ କମିଟିର ସମସ୍ତ ସଦସ୍ୟ ମାନେ ବିଶେଷ ସହଯୋଗ କରିଥିଲେ।
(କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରୁ ରମେଶ ଚନ୍ଦ୍ର ନାୟକଙ୍କ ରିପୋର୍ଟ)

More Stories
ଆଜି ବିଶ୍ୱ ଛେନାପୋଡ଼ ଦିବସ
ଭୁବନେଶ୍ୱରରୁ ଆତଙ୍କୀ ଗିରଫ
ବିମାନର ଆଗ ସିଟ୍ରେ ମୃତ ପିଲାଙ୍କ ସ୍ମୃତି: ରକ୍ତ ଭିଜା ବ୍ୟାଗକୁ ସାଥିରେ ଅଛି ଫଟୋ