April 18, 2026

Now Odisha

Now Odisha

ଜିଲ୍ଲାପାଳ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ |

Spread the love

ଭୁବନେଶ୍ୱର, ୧୭/୦୪: ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ସମ୍ପର୍କରେ ଜିଲ୍ଲାପାଳ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ‘ଲାଷ୍ଟ ମାଇଲ ଡେଲିଭରୀ’ ଉପରେ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।ଜିଲ୍ଲାପାଳମାନଙ୍କୁ ୬ଟି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କଳାବଜାରୀ ରୋକ, ପ୍ରମାଣ ମିଳିଲେ FIR କରି ଲାଇସେନ୍‌ସ ବାତିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ସାର ଯେପରି ବାହାର ରାଜ୍ୟକୁ ନଯାଏ ସେଥିପ୍ରତି ଗୁରୁତ୍ୱ ଦେବା ସହ ସୀମାନ୍ତ ଅଞ୍ଚଳରେ କଡା ନଜର ରଖିବା ପାଇଁ ଏବଂ ଶିଳ୍ପ ଭିତ୍ତିକ ଅପବ୍ୟବହାର ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସବୁ ପଞ୍ଚାୟତରେ ନୀରିକ୍ଷଣ ସମିତି ଗଠନ କରିବା ପାଇଁ ଓ ଚାଷୀ ମାନଙ୍କ ଡିଜିଟାଲ ପଞ୍ଜିକରଣକୁ ମିଶନ ମୋଡରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ଜୈବିକ ଓ ସନ୍ତୁଳିତ ସାର ବ୍ୟବହାର ଉପରେ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

error: Content is protected !!