ହଜାରିବାଗ, ୧୭/୦୪: ଝାଡ଼ଖଣ୍ଡରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର। ଚତରା-ହଜାରିବାଗ ସୀମା ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ନକ୍ସଲ ନିପାତ ହୋଇଛନ୍ତି।୧୫ ଲକ୍ଷ ପୁରସ୍କାର ଥିବା ନକ୍ସଲ ସହଦେବ ମହତୋ ସମେତ ୪ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ନିହତଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ଥିବା ସୂଚନା ରହିଛି। ଘଟଣାସ୍ଥଳରୁ ଏକେ ୪୭ ସହ ବିପୁଳ ବିସ୍ଫୋରକ ମଧ୍ୟ ଜବତ କରାଯାଇଛି।
ଅନ୍ୟପଟେ ଓଡ଼ିଶା ଏବେ ସମ୍ପୂର୍ଣ୍ଣ ମାଓମୁକ୍ତ ହୋଇଥିବା କହିଛନ୍ତି ଡିଜିପି ୱାଇ.ବି. ଖୁରାନିଆ। ପଡ଼ୋଶୀ ରାଜ୍ୟରେ କିଛି ମାଓବାଦୀ ଗତିବିଧି ଲକ୍ଷ୍ୟ କରାଯାଇଛି। ତେଣୁ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିଛି। ବିଶେଷ କରି ସୀମାବର୍ତ୍ତି ଅଞ୍ଚଳରେ ଆଲର୍ଟରେ ଅଛି ପୋଲିସ। ସୁରକ୍ଷାବଳଙ୍କୁ ଏବେ ଅପସାରଣ କରାଯିବ ନାହିଁ ବୋଲି କହିଛନ୍ତି ପୋଲିସ ଡିଜି।

More Stories
ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା
ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ
ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍ କରି ପରିବାର ଲୋକଙ୍କୁ ଜଣାଇବାରୁ…