January 25, 2026

Now Odisha

Now Odisha

ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର: ଘଟଣାସ୍ଥଳରେ ଫରେନ୍ସିକ ଟିମ……

Spread the love

ସମ୍ବଲପୁର: ସମ୍ବଲପୁର ରେଙ୍ଗାଲିରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର ଘଟଣାରେ ରକ୍ତ ନମୁନା ସଂଗ୍ରହ କରୁଛି ଫରେନ୍ସିକ ଟିମ୍‍ । ଘଟଣାସ୍ଥଳରେ ଗୋଟିଏ ପିସ୍ତଲ ଓ ୫ଟି ଫୁଟନ୍ତାଗୁଳି ଜବତ କରିଛି ପୁଲିସ । ଅପରାଧୀ ଦୀପକ ମଣ୍ଡଳକୁ ଗତକାଲି ହୋଇଥିଲା ଏନକାଉଣ୍ଟର ।
ଅତିରିକ୍ତ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଅଜୟ କୁମାର ମିଶ୍ର କହିଛନ୍ତ ଯେ, ସମ୍ବଲପୁର ଦାନୀପାଲି ନିବାସୀ କୁଖ୍ୟାତ ଅପରାଧି ରେଙ୍ଗାଲି ଥାନା ଅଞ୍ଚଳରେ ଏକ ପିସ୍ତଲ ଧରି କୌଣସି ଏକ ଅପରାଧିକ ଘଟଣା ଘଟାଇବା ପାଇଁ ଘୁରି ବୁଲୁଥିବାର ଖବର ମିଳିଥିଲା । ତୁରନ୍ତ ପୁଲିସ ଦଳ ତାକୁ ଖୋଜିବା ଆରମ୍ଭ କରିଥିଲେ । ରମ୍ପେଲା ନିକଟରେ ଥିବା ଏକ ଜଙ୍ଗଲ ନିକଟରେ ତାକୁ ଠାବ କରିବା ପରେ ତାକୁ ସରେଣ୍ଡର କରିବା ପାଇଁ କହିଥିଲେ ।

ତେବେ ଦୀପକ ଏକ ପିସ୍ତଲରୁ ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇ ଫେରାର ହେବାର ଉଦ୍ୟମ କରିଥିଲା । ଫଳରେ ପୁଲିସ ଆତ୍ମରକ୍ଷା ନିମନ୍ତେ ପାଲଟା ଗୁଳି ଚାଳନା କରିଥିଲା । ଏହି ଗୁଳି ବିନିମୟ ସମୟରେ ଦୀପକର ଡାହାଣ ଗୋଡରେ ଗୁଳି ବାଜିଥିଲା ଏବଂ ସେ ଆହତ ହୋଇ ଘଟଣାସ୍ଥଳରେ ପଡିଯାଇଥିଲା । ତୁରନ୍ତ ତାକୁ ପୁଲିସ ଦଳ କାବୁ କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।
ଘଟଣାସ୍ଥଳରୁ ପୁଲିସ ଗୋଟିଏ ଦେଶୀ ପିସ୍ତଲ, ୫ଟି ଖୋକା, ୨ଟି ଜୀବନ୍ତ ଗୁଳି ଏବଂ ଏକ ନମ୍ବର ବିହୀନ ସ୍କୁଟି ଜବତ କରିଥିଲା ।  ଦୀପକ ନାମରେ ୨୦୦୬ ମସିହାରୁ ୨୧ଟି ଲୁଟ, ଡକାୟତି, ଚୋରି ଆଦି ଅତି ଗୁରୁତର ଓ ଘୃଣ୍ୟ ମାମଲା ଗୁଡିକ ବିଭିନ୍ନ ଥାନାଞ୍ଚଳରେ ରହିଥିବାର ଅତିରିକ୍ତ ଏସପି ଶ୍ରୀ ମିଶ୍ର କହିଛନ୍ତି ।

error: Content is protected !!