—ବଲାଙ୍ଗୀର ଜିଲାରେ ହଇଚଇ ସୃଷ୍ଟି କରିଥିବା ନକଲି ଜାଲ ସାର୍ଟିଫିକେଟ୍ ନେଇ ପୁଣି ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଦୁଇଦିନ ହେଲା କ୍ରାଇମବ୍ରାଞ୍ଚ ବଲାଙ୍ଗୀର ଜିଲାରେ ଡେରା ପକାଇଥିଲେ ଏବଂ ବିଭିନ୍ନ ଅଫିସକୁ ଯାଇ ନକଲି ସାର୍ଟିଫିକେଟକୁ ନେଇ ଖୋଳତାଡ଼ କରୁଥିଲେ। ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି ହାତେଇବା ପାଇଁ ଉଦ୍ୟମ କରିବା ଅଭିଯୋଗରେ ବୁଧବାର ଜଣଙ୍କୁ ଗିରଫ କରି କ୍ରାଇମବ୍ରାଞ୍ଚ ବଲାଙ୍ଗୀର ଟାଉନ ଥାନାକୁ ଆଣିଥିଲେ। ନକଲି ଜାଲ ସାର୍ଟିଫିକେଟକୁ ନେଇ କ୍ରାଇମବ୍ରାଞ୍ଚ ଆଗରୁ ୨୫ ଜଣଙ୍କୁ ଜାଲ୍ ସାର୍ଟିଫିକେଟ୍ରେ ଚାକିରି କରିଥିବା ନେଇ ଗିରଫ କରିଥିଲା। କିଛି ମାସର ନୀରବତା ପରେ ପୁଣି ଆରମ୍ଭ ହୋଇଛି ଗିରଫଦାରୀ। ଏବେ କଳାହାଣ୍ଡି ଜିଲା କେସିଙ୍ଗା ଥାନା କୁଣ୍ଡାବନ୍ଧ ଗାଁର ମଳୟ ଭୋଇଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଆଗକୁ ଜାଲ୍ ସାର୍ଟିଫିକେଟ୍କୁ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଆହୁରି ଗିରଫଦାରୀ ବଢ଼ିପାରେ ବୋଲି ସୂଚନା ମିଳିଛି।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |