May 6, 2026

Now Odisha

Now Odisha

ମହାପ୍ରଭୁଙ୍କ ପ୍ରତି ଅପମାନ ଓ ଅହଙ୍କାର ଯୋଗୁ ହାରିଗଲେ ମମତା ଦିଦି

Spread the love

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ କାଲିଘାଟ ବାସଭବନ ଏବଂ ରାଜ୍ୟ ସଚିବାଳୟ, ନବାନ୍ନାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତାଙ୍କ ବାସଭବନ ନିକଟରେ କିଛି ଲୋକ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦେବା ପରେ ଏହି ପଦକ୍ଷେପ ନିଆଯାଇଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ନିର୍ବାଚନ କମିସନ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।୨୦୦ରୁ ଅଧିକ ବିଧାନସଭା ଆସନରେ ଜିତି ଭାଜପା ବହୁମତ ହାସଲ କରିଛି ।

ଦୀଘା ଜଗନ୍ନାଥ ମନ୍ଦିରରେ ପଥର ମୂର୍ତ୍ତି ନିର୍ମାଣକୁ ମଧ୍ୟ ବିରୋଧ କରିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ପଥର ମୂର୍ତ୍ତି ନିର୍ମାଣ ହେଲେ ମମତାଙ୍କ ପାଇଁ ଆଗାମୀ ଦିନରେ ଅଘଟଣ ଘଟିବ ବୋଲି ସେ ଚେତାବନୀ ଦେଇଥିଲେ। ତେବେ ୨୦୨୬ ପଶ୍ଚିମବଙ୍ଗ ନିର୍ବାଚନରେ ମମତା ଶୋଚନୀୟ ପରାଜୟ ବରଣ କରିଛନ୍ତି, ଯାହାକୁ ନେଇ ଏବେ ବିଭିନ୍ନ ଚର୍ଚ୍ଚା ଲାଗିରହିଛି।ମହାପ୍ରଭୁଙ୍କ ବାଡ଼ଗ୍ରାହୀ ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ସରକାର ଯେଉଁ ପରିବର୍ତ୍ତନ ହେଲା ତାହା ମହାପ୍ରଭୁଙ୍କ ପାଇଁ ହେଲା। ଦୀଘାରେ ଯେଉଁ ଜଗନ୍ନାଥ ମନ୍ଦିର ହେଲା ଏହା ତାହାର ପ୍ରଭାବ।

ଦୀଘାରେ ଯେତେବେଳେ ମମତା ବାନାର୍ଜୀ ଜଗନ୍ନାଥ ମନ୍ଦିର କଲେ ସେତେବେଳେ ତାଙ୍କୁ ମୁଁ କହିଥିଲି ମନ୍ଦିରରେ ପଥର ମୂର୍ତ୍ତି କରନ୍ତୁନି। ସେ କିନ୍ତୁ ମୋ କଥାକୁ ଗୁରୁତ୍ୱ ଦେଲେନାହିଁ। ପଥର ମୂର୍ତ୍ତି ହେଲେ ଅଘଟଣ ଘଟିପାରେ ବୋଲି ମୁଁ ମମତାଙ୍କୁ କହିଥିଲି। ଚତୁର୍ଦ୍ଧାମୂର୍ତ୍ତି ପଥରରେ ନିର୍ମାଣ ହେଲେ ଯଦି କିଛି ବିଘ୍ନ ହୁଏ ଅବା ଭାଙ୍ଗିଯାଏ ତାହା ଅଶୁଭ ହେବାର ଆଶଙ୍କା ରହିଛି।

error: Content is protected !!