May 6, 2026

Now Odisha

Now Odisha

ପଶ୍ଚିମବଙ୍ଗରେ ଭାଜପାର ପ୍ରଚଣ୍ଡ ବିଜୟ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ରାଷ୍ଟ୍ରପତି ଟ୍ରମ୍ପ

Spread the love

ପଶ୍ଚିମବଙ୍ଗ ବିଧାନସଭା ର୍ନିବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ଐତିହାସିକ ବିଜୟ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ହ୍ବାଇଟ ହାଉସ ପକ୍ଷରୁ ଏହି ବିଜୟକୁ ଏକ ବଡ଼ ସଫଳତା ବୋଲି ଅଭିହିତ କରାଯାଇଛି।

ଆଇଏଏନଏସ (IANS) ରିପୋର୍ଟ ଅନୁଯାୟୀ, ହ୍ବାଇଟ ହାଉସ ପ୍ରବକ୍ତା କୁଶ ଦେଶାଇ କହିଛନ୍ତି ଯେ, ଗତମାସରେ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଫୋନ ବାର୍ତ୍ତାଳାପ ସମୟରେ ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ।

ସେ କହିଥିଲେ ଯେ, ‘ମୋଦୀଙ୍କ ଭଳି ଜଣେ ନେତାଙ୍କୁ ପାଇ ଭାରତ ପ୍ରକୃତରେ ଭାଗ୍ୟଶାଳୀ।’ ଏବେ ନିର୍ବାଚନରେ ସଫଳତା ପାଇଁ ଟ୍ରମ୍ପ ନିଜର ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି।

ପଶ୍ଚିମବଙ୍ଗରେ ଭାଜପାର ଏହି ବିଜୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଗତ ୫୦ ବର୍ଷ ଧରି ଏହି ରାଜ୍ୟରେ କେବଳ ବାମପନ୍ଥୀ କିମ୍ବା ମଧ୍ୟମ ମାର୍ଗୀ ବିଚାରଧାରା ରଖୁଥିବା ଦଳଙ୍କ ଶାସନ ରହିଥିଲା। ୨୦୧୧ ପର୍ଯ୍ୟନ୍ତ ଦୀର୍ଘ ୩୫ ବର୍ଷ ଧରି ସିପିଆଇ(ଏମ) ଏବଂ ତା’ପରେ ୧୫ ବର୍ଷ ଧରି ତୃଣମୂଳ କଂଗ୍ରେସ (ଟିଏମସି) ଶାସନ ଗାଦିରେ ଥିଲେ। ପ୍ରଥମ ଥର ପାଇଁ ଭାଜପା ପଶ୍ଚିମବଙ୍ଗରେ ସତ୍ତା ପରିବର୍ତ୍ତନ କରି ଏକ ନୂଆ ରାଜନୈତିକ ଇତିହାସ ସୃଷ୍ଟି କରିଛି। ଏଣୁ ଏହି ବିଜୟ କେବଳ ଏକ ନିର୍ବାଚନୀ ସଫଳତା ନୁହେଁ, ବରଂ ପୂର୍ବ ଭାରତର ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ବୋଲି ହ୍ବାଇଟ ହାଉସ ପକ୍ଷରୁ କହାଯାଇଛି।

error: Content is protected !!