May 7, 2026

Now Odisha

Now Odisha

ପଥରସନ୍ଧି ରେ ଫସିଥିବା ନାବାଳକ କୁ ଉଦ୍ଧାର କରିଥିବାରୁ ଉଦ୍ଧାରକାରୀ ଦଳଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରସଂଶା

Spread the love

ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ବାଉଁଶଗାଡ଼ିଆ ସ୍ଥିତ ଜଙ୍ଗଲ ପଥରଖୋଲରେ ମହୁ ସଂଗ୍ରହ ପାଇଁ ଯାଇଥିବା ନାବାଳକର ପଥରସନ୍ଧିରେ ମୁଣ୍ଡ ପଶି ରହିଯାଇଥିଲା । ନୟାଗଡ଼ ଓ ଓଡ଼ଗାଁ ଅଗ୍ନିଶମବାହିନୀର କର୍ମଚାରୀମାନେ ତାଙ୍କୁ ସଫଳତାର ସହିତ ଉଦ୍ଧାର କରିଛନ୍ତି ।

ସକାଳ ୭ଟାରୁ ଫସିଥିବା ନାବାଳକ ଶିବ ପ୍ରଧାନ ଦୀର୍ଘ ୯ ଘଣ୍ଟା ପରେ ଅପରାହ୍ନରେ ଉଦ୍ଧାର ହୋଇଛନ୍ତି । ତାକୁ ଉଦ୍ଧାର କଲା ପରେ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି ।

୧୪ ବର୍ଷର ନାବାଳକ ଶିବ ପ୍ରଧାନ ଙ୍କୁ ସଫଳତାର ସହିତ ଉଦ୍ଧାର କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅଗ୍ନିଶମବାହିନୀର କର୍ମଚାରୀ ଙ୍କ କାର୍ଯ୍ୟକୁ ପ୍ରସଂଶା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି – ଉଦ୍ଧାରକାରୀ ଦଳ ଯେଉଁ ଅଦମ୍ୟ ସାହସ ଓ ବୈଷୟିକ ଦକ୍ଷତା ପ୍ରଦର୍ଶନ କରିଛନ୍ତି, ତାହା ପ୍ରକୃତରେ ପ୍ରଶଂସନୀୟ । ଆମ ସରକାର ପାଇଁ ରାଜ୍ୟର ପ୍ରତିଟି ଜୀବନର ସୁରକ୍ଷା ଓ କଲ୍ୟାଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବିପତ୍ତି ସମୟରେ ଆମର ଏହି ତତ୍ପରତା ଓ ସମୟୋଚିତ ପଦକ୍ଷେପ ହିଁ ଏକ ଦକ୍ଷ ପ୍ରଶାସନର ପରିଚୟ। ଆମେ କେବଳ ସଙ୍କଳ୍ପ କରୁନାହୁଁ, ବରଂ ପ୍ରତିଟି ସଙ୍କଟରେ ଓଡ଼ିଶାବାସୀଙ୍କ ପାଇଁ ଏକ ସୁରକ୍ଷା କବଚ ସାଜିବାକୁ ପ୍ରତିବଦ୍ଧ ବୋଲି କହିଛନ୍ତି ।

error: Content is protected !!