କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା କୋଚିଲାଗଡ଼ ଗ୍ରାମର ଶରତ ମୁଖିଙ୍କ ପୁଅ ଚନ୍ଦନ ମୁଖି (୨୧) ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରି ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି l ସୂଚନାରୁ ପ୍ରକାଶ ଯେ, ଫୁଲବାଣୀ ଥାନା ଅଞ୍ଚଳର ଜୈନିକା ଯୁବତୀ କୋଚିଲାଗଡ଼ ଗ୍ରାମରେ ନିଜ ସମ୍ପର୍କୀୟ ଘରେ ଆସି ରହୁଥିବା ସମୟରେ ଉକ୍ତ ଯୁବକ ଚନ୍ଦନ ସେହି ଯୁବତୀ ସହ ଦୁଷ୍କର୍ମ କରିଥିଲା I ବର୍ତ୍ତମାନ ସେହି ଯୁବତୀ ତିନି ମାସର ଗର୍ଭବତୀ ରହିଥିବା ଜଣାପଡିଛି I ଯୁବତୀଙ୍କ ପରିବାର ପକ୍ଷରୁ ଟିକାବାଲି ଥାନାରେ ଲିଖିତ ଏତଲା ଅନୁଯାଇ ଟିକାବାଲି ପୋଲିସ କେସ ନଂ ୯୯/୨୬ ରେ ଏକ ମକଦ୍ଦମା ରୁଜୁ କରି ଯୁବକଙ୍କ ବିରୋଧରେ ଆକ୍ଟ ୬୯ ସେକସନ/୩୫୧ କେସ ୩ ବିଏନଏସ ଦ୍ୱାରା ଗିରଫ କରି ଜି.
ଉଦୟଗିରି କୋର୍ଟକୁ ଅଭିଯୁକ୍ତ ଯୁବକଙ୍କୁ ଚାଲାଣ କରାଯାଇଥିବା ଏବଂ ପୀଡିତା ଯୁବତୀଙ୍କୁ ଫୁଲବାଣୀ ସଖି ସେଣ୍ଟରକୁ ପଠେଇଥିବା ଥାନା ଅଧିକାରୀ ସମିର କୁମାର ବେହେରା ସୂଚନା ଦେଇଛନ୍ତି I

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍