ବାଲେଶ୍ୱର, ୧୯।୯– ବାଲେଶ୍ୱର ଟାଉନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ବେକକୁ ଛୁରୀରେ କାଟି ହତ୍ୟା ଉଦ୍ୟମ କରିଛନ୍ତି ସ୍ବାମୀ। ଗାଁ ଲୋକେ ସ୍ବାମୀଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ପୋଲିସ ଅଭିଯୁକ୍ତ ସ୍ବାମୀ କଟକ ବକ୍ସିବଜାର ମସ୍ତାନରୋଡ୍ ଅଞ୍ଚଳର ମହମ୍ମଦ ଅମଜାଦ (୫୨)ଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।
ଅମ୍ଜାଦ ଟାଉନ ଥାନା ଅଧୀନ ପଠାଣମହଲା ଗ୍ରାମର ପିଙ୍କି ଖାତୁନଙ୍କୁ ବିବାହ କରିଥିଲେ। ପିଙ୍କି ପଠାଣମହଲାରେ ରହୁଥିବା ବେଳେ ଅମଜାଦ କଟକରେ ରହୁଛନ୍ତି। ଗୁରୁବାର ଅମଜାଦ ଶ୍ୱଶୁର ଘରକୁ ଆସି ସ୍ତ୍ରୀଙ୍କୁ ଏକ ନିଛାଟିଆ ଜାଗାକୁ ଡାକି କଥା ହେଉଥିଲେ। ଅମ୍ଜାଦଙ୍କ କୌଣସି ଏକ କଥାରେ ପିଙ୍କି ରାଜି ହୋଇ ନ ଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସେ ପକେଟ୍ରୁ ଏକ ଛୁରି ବାହାର କରି ପିଙ୍କିଙ୍କ ବେକକୁ ଆକ୍ରମଣ କରିଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅମଜାଦ୍ ଦୌଡ଼ି ପଳାଉଥିବା ବେଳେ ତାଙ୍କୁ କାବୁ କରିଥିଲେ। ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପିଙ୍କିଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଟାଉନ ଥାନା ଆଇଆଇସି ବିଜୟ କୁମାର ଦାସ ସେଠାରେ ପହଞ୍ଚତ୍ ଅଭିଯୁକ୍ତ ସ୍ବାମୀ ଅମଜାଦ୍ଙ୍କୁ ଗିରଫ କରିଛନ୍ତି। ଏନେଇ ଏକ ମାମଲା ରୁଜୁ ହୋଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…