ଦାରିଙ୍ଗବାଡି,୧୯।୯—ରାୟଗଡା ଜିଲା କାଶୀପୁର ବନାଞ୍ଚଳର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ପୈତୃକ ଘରେ ଭିଜିଲାନ୍ସ ଟିମ ଚଢ଼ାଉ କରୁଛନ୍ତି। ଏହି ଟିମରେ କୋରାପୁଟ ଜିଲା ଜୟପୁର, ନବରଙ୍ଗପୁର ଓ କଳାହାଣ୍ଡିର ସରକାରୀ ସାକ୍ଷୀ ସମେତ ୬ ଜଣିଆ ଭିଜିଲାନ୍ସ କର୍ମଚାରୀ ଡିଏସପି ପ୍ରମିଳା ସୁନାଙ୍କ ନେତୃତ୍ୱରେ ଚଢ଼ାଉ ଜାରି ରଖିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବନାଞ୍ଚଳ ଅଧିକାରୀ ଆନ୍ତର୍ଯ୍ୟାମୀ ସାହୁଙ୍କ ପୈତୃକ ଘର କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗୃହରେ ଏହି ଚଢ଼ାଉ ଚାଲିଥିବା ବେଳେ ଦାରିଙ୍ଗବାଡିର ପେଟ୍ରୋଲ ଟାଙ୍କି ଛକରେ ଏବଂ ବାଲିଗୁଡାର ୨ଟି ସ୍ଥାନ ସମେତ ନୟାଗଡ ଜିଲା ଗଣିଆ ଥାନା କରପଡା, କୁକୁଡାଖଣ୍ଡି ତହସିଲର ଯୋଗିଆପଲ୍ଲୀ, ଭଞ୍ଜନଗର ତହସିଲ ଦୌମୁହାଣୀ, ଏବଂ ରାୟଗଡା ଜିଲା କାଶୀପୁରର ବନାଞ୍ଚଳ କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ଏହି ଚଢ଼ାଉ ଜାରି ରହିଥିବା ଜଣାପଡିଛି। ଏଥିରେ ଓଡିଶା ଭିଜିଲାନ୍ସ ପକ୍ଷରୁ କୋରାପୁଟ ଜୟପୁରର ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ୭ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର,୯ ଜଣ ଏଏସଆଇ ଓ ଅନ୍ୟ ସହଯୋଗୀ ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଏବଂ ରାୟଗଡା ଜିଲାରେ ୯ଟି ସ୍ଥାନରେ ଏକ କାଳୀନ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

More Stories
NEET ଛାତ୍ରୀଙ୍କୁ ଟେକିନେଇ ଗଣବଳାତ୍କାର,
ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରି ଜେଲ୍ ଗଲେ ବାପ-ପୁଅ
ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ,