February 4, 2026

Now Odisha

Now Odisha

ବିମାନବନ୍ଦରରୁ ୪ କୋଟିର ମାରିଜୁଆନା ଜବତ: ପ୍ରେମୀଯୁଗଳ ଅଟକ |

Spread the love

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ କଷ୍ଟମ୍ ଅଧିକାରୀମାନେ ପୁଣି ୪ କୋଟି ଟଙ୍କାର ନିଷିଦ୍ଧ ଡ୍ରଗ୍ସ ମାରିଜୁଆନା ଜବତ କରିଛନ୍ତି। ଶନିବାର ବ୍ୟାଙ୍କକ୍ରୁ ଭୁବନେଶ୍ବର ଆସିଥିବା ପ୍ରେମୀଯୁଗଳଙ୍କଠାରୁ ଏହା ଜବତ ହୋଇଛି। ବିମାନରେ ଜଣେ ଯୁବକ ଓ ଜଣେ ଯୁବତୀ ନିଶାଦ୍ରବ୍ୟ ଆଣୁଥିବା ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ କଷ୍ଟମ୍ ଅଧିକାରୀମାନେ ଚେକିଂ କରିଥିଲେ।

ସେମାନଙ୍କ ବ୍ୟାଗ୍ରୁ ମାରିଜୁଆନା ମିଳିବା ପରେ ଉଭୟଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ପ୍ରକାଶଯୋଗ୍ୟ ଯେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚଳିତ ମାସ ୮ କୋଟି ଟଙ୍କାର ବିଦେଶୀ ଗଞ୍ଜେଇ (ମାରିଜୁଆନା) ଜବତ ହୋଇଥିଲା। ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସୁଥିବା ବେଳେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍ଆଇ) ହାବୁଡ଼ରେ ପଡ଼ିଥିଲା ଏହି ଉତ୍କଟ ନିଶାଦ୍ରବ୍ୟ। ଗୁଜୁରାତ ଅହମଦାବାଦର ଜଣେ ଯୁବକଙ୍କୁ ଏହି ମାମଲାରେ ଅଟକ ରଖିଥିଲା କଷ୍ଟମ୍ ବିଭାଗ। ଏହି ଘଟଣାର ଦୁଇଦିନ ପୂର୍ବରୁ ବିମାନବନ୍ଦରରୁ ୩୦ କୋଟିର ମାରିଜୁଆନା ଜବତ ହୋଇଥିଲା। ସେହିପରି ଗତ ମାସ ୩୦ ତାରିଖରେ ଭୁବନେଶ୍ବର ବିମାନବନ୍ଦରରୁ ୩୦ କେଜି ମାରିଜୁଆନା ଜବତ କରାଯାଇଥିବାବେଳେ ଉତ୍ତରପ୍ରଦେଶର ୩ ଜଣ ଯୁବକ ଗିରଫ ହୋଇଥିଲେ। ପୁଣି ଥରେ ମାରିଜୁଆନା ଚାଲାଣ ଘଟଣା ପଦାକୁ ଆସିବା ପରେ ଭୁବନେଶ୍ବରକୁ ନିଶା ହବ୍ରେ ପରିଣତ କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଚକ୍ରାନ୍ତ ଚାଲିଥିବା ସ୍ପଷ୍ଟ ହୋଇଛି।

error: Content is protected !!