ରାଇରଙ୍ଗପୁର: ଦେଓଗାଁରେ ମହିଳାଙ୍କ ବିଭତ୍ସ ହତ୍ୟା । ହତ୍ୟା ପରେ ମୁଣ୍ଡ ଗଣ୍ଡି ଅଲଗା କରି ଦୁର୍ବୃତ୍ତ ଫେରାର । ମୃତଦେହ ଜବତ କରି ତଦନ୍ତ କରୁଛି ତିରିଂ ଥାନା ପୋଲିସ । କିଏ ଓ କାହିଁକି ମହିଳାଙ୍କ ହତ୍ୟା କଲା, ତାହା ଜଣାପଡ଼ିନାହିଁ ।
ତେବେ ମୟୂରଭଞ୍ଜ ଜିଲା ତିରିଂ ଥାନା ଦେଓଗାମ ଅଞ୍ଚଳରେ ଏହି ଲୋମହର୍ଷଣ ହତ୍ୟାକାଣ୍ଡ ଘଟିଛି ।
ଶନିବାର ବିଳମ୍ବିତ ରାତିରେ ମହିଳାଙ୍କ ମୁଣ୍ଡ ଗଣ୍ଡି ଅଲଗା କରି ଦୁର୍ବୃତ୍ତ ଫେରାର ହୋଇଯାଇଛି । ମୃତ ମହିଳା ଜଣକ ହେଲେ ସୁହାଗି ବୈପାଇ ।
ସୂଚନାଯୋଗ୍ୟ, ଶନିବାର ଅପରାହ୍ନରେ ସୁହାଗିର ସ୍ବାମୀ ଗ୍ରାମରେ ଫୁଟବଲ ଖେଳ ଦେଖିବାକୁ ଯାଇଥିଲେ । ଘରେ ଏକୁଟିଆ ମହିଳା ଜଣକ ରହିଥିବାରୁ ଏହାର ସୁଯୋଗ ନେଇ ଏଭଳି କାଣ୍ଡ ଘଟିଥିବା ସ୍ବାମୀ ଥାନାରେ ଅଭିଯୋଗ କରିଥିଲେ ।
ହତ୍ୟାକାଣ୍ଡର କାରଣ ଜଣାପଡି ନ ଥିବା ବେଳେ କିଭଳି ପରିସ୍ଥିତିରେ କିଏ କେଉଁ କାରଣରୁ ଏଭଳି କାଣ୍ଡ ଘଟାଇଛି ତାହା ଏବେ ତଦନ୍ତ ସାପେକ୍ଷ । ଘଟଣା ସ୍ଥଳରେ ତିରିଂ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ମୃତ ଦେହକୁ ଜବତ କରି ରାଇରଙ୍ଗପୁର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |