ପରଜଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ( ଫଟୋ) —————————————- ପରଜଙ୍ଗ — ଗତ ବୁଧବାର ଦିନ ଦେଶର ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମତିଥି ପାଳିତ ହୋଇଯାଇଛି । ଏହି ଅବସରରେ ବ୍ଲକର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ପରିପ୍ରେକ୍ଷୀରେ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଏକ ପେଡ ମା ” କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ୧୮୧ ଟି ସରକାରୀ ବେସରକାରୀ ସ୍କୁଲ କଲେଜ ସମେତ ଅନ୍ୟ ସମସ୍ତ ଅନୁଷ୍ଠାନ ମାନଙ୍କରେ ୯୫୮୩ ଟି ଗଛ ରୋପଣ କରାଯାଇଥିବା ବ୍ଲକ ଶିକ୍ଷାଧିକାରିଣୀ ପ୍ରିୟଦର୍ଶିନୀ ନାୟକ ସୂଚନା ଦେଇଛନ୍ତି । ବିଇଓ ଶ୍ରୀମତୀ ନାୟକ ବ୍ଲକର ଅଭିମନ୍ୟୁପୁର ଆମ୍ବପଳାସ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଗସ୍ତରେ ଯାଇ ସେଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳରାମ ପଣ୍ଡାଙ୍କ ପୌରହିତ୍ୟରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମରେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ସତ୍ୟବ୍ରତ ସାହୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହଯୋଗରେ ୨୯୦ ଗୋଟି ଗଛ ରୋପଣ କରାଯାଇଥିବା ଜଣାପଡିଛି । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ବିମଳ କୁମାର ସେଠୀ , ନିଳେନ୍ଦ୍ରି ମହାପାତ୍ର , ବିଜୟ କୁମାର ମୁଦୁଲି , ଲିପି ମୁଦୁଲି , କଲ୍ୟାଣୀ ପରିଡା , ଜ୍ୟୋତିର୍ମୟୀ ସେନାପତି , ପ୍ରତିଙ୍କା ସାହୁ ,ଜିତେନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ଆମେ ସମସ୍ତେ ଗୋଟିଏ ଗୋଟିଏ ମା ପାଇଁ ଗଛ ଲଗାଇ ଏହାର ଯତ୍ନ ନେବା ପରିବେଶକୁ ସବୁଜ ସୁନ୍ଦର କରି ଗଢ଼ି ତୋଳିବା , ପରିବେଶ ସ୍ବଚ୍ଛତା ରଖିବା ଉପରେ ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ଶପଥ ଗ୍ରହଣ କରାଇଥିଲେ । ସେହିପରି ପରଜଙ୍ଗ ପିଏମଶ୍ରୀ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ନନ୍ଦଙ୍କ ନେତୃତ୍ୱରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହଯୋଗରେ ସ୍କୁଲ ପରିସରରେ ବିଭିନ୍ନ ପ୍ରକାରର ଗଛ ଲଗାଯାଇଥିଲା । ଗଡ଼ପରଜଙ୍ଗ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଜହ୍ନାପଡ଼ା ଗ୍ରାମ ନିକଟସ୍ଥ ପଡିଆ ମଧ୍ୟରେ ସରପଞ୍ଚ ଗାୟତ୍ରୀ ମହାପାତ୍ରଙ୍କ ତତ୍ବାବଧାନରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ , ତହସିଲଦାର ମନୋରଞ୍ଜନ ସାହୁ , ବ୍ଲକ ବିଡ଼ିଓ ସୌଭାଗ୍ୟ କୁମାର ବେହେରା , ପରଜଙ୍ଗ ଗ୍ରାମ୍ୟ କମିଟି ସଭାପତି ଶାନ୍ତନୁ କୁମାର ସାମଲ , ପଞ୍ଚାୟତ ସମିତି ସଭ୍ୟା ସୈଳେନ୍ଦ୍ରି ସେଠୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି , ସ୍ଵଂୟ ସହାୟିକା ଗୋଷ୍ଠୀର ସିଆରପି ଏମ୍ବିକେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।( ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ନିର୍ମଳ ଗଡ଼ ନାୟକଙ୍କ ରିପୋର୍ଟ ) admin September 20, 2025 Spread the love Post Views: 0 Continue Reading Previous: ରଙ୍ଗେଇଲୁଣ୍ଡା ଆସିବେ ପ୍ରଧାନମନ୍ତ୍ରୀ: ପ୍ରସ୍ତୁତି ଜୋରଦାର…Next: ୨ ଥର ମରି ବଞ୍ଚିଛନ୍ତି ଏହି ମହିଳା, ଏମିତି କଥା କହିଲେ ଯାହା ଜାଣିଲେ ହେବେ ଆଶ୍ଚର୍ଯ୍ୟ… Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ