ପୁଣି ଚାକିରିରେ ଯୋଗ ଦେଲେ IAS ଧୀମାନ ଚକମା। ରାଜସ୍ୱ ବିଭାଗର ଉପ ସଚିବ ଭାବେ ଚକମାଙ୍କୁ ନିଯୁକ୍ତି ଦିଆଯାଇଛି।୨୦୨୧ ବ୍ୟାଚର ଏହି ଆଇଏଏସ ଅଧିକାରୀ ଗତ ବର୍ଷ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। କଳାହାଣ୍ଡି ଧର୍ମଗଡର ସବ୍ କଲେକ୍ଟର ଥିବା ବେଳେ ଧରାପଡ଼ିଥିଲେ। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧରିଥିଲା।
ଘରୁ ୪୭ ଲକ୍ଷ ଟଙ୍କାର କ୍ୟାସ ବି ଜବତ କରିଥିଲା ଭିଜିଲାନ୍ସ। ଗିରଫ ପରେ ଚାକିରିରୁ ନିଲମ୍ବନ କରିଥିଲେ ରାଜ୍ୟ ସରକାର। କିଛି ଦିନ ଜେଲରେ ରହିବା ପରେ ତାଙ୍କୁ ହାଇକୋର୍ଟରୁ ଜାମିନ୍ ମିଳିଥିଲା ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |