ଭୁବନେଶ୍ୱର, ୦୭/୦୬: ବାଲିଗୁଡ଼ା ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଗିରଫ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ AEEଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ। ଗିରଫ ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ଆୟ ୭୯୮% ଅଧିକ। ଘରେ ଓ ଅଫିସ୍ ଖାନ୍ତଲାସ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।AEEଙ୍କର ୫ଟି ବହୁତଳ କୋଠା ସହ ୧୪ଟି ମୂଲ୍ୟବାନ ପ୍ଲଟ୍ ଅଛି। ୨ଟି ବ୍ୟାଙ୍କ ଲକର୍ରୁ ନଗଦ ୨ କୋଟି ୪ ଲକ୍ଷ ଟଙ୍କା ଠାବ ହୋଇଛି। ୫୫୨ ଗ୍ରାମ୍ ସୁନା ଓ ୪୫ ଲକ୍ଷ ଟଙ୍କା ଜମା ରାଶି ମଧ୍ୟ ମିଳିଛି। ତେବେ ପତ୍ନୀଙ୍କ ନାଁରେ ଥିବା ଆଉ ଏକ ଲକରକୁ ଏପର୍ଯ୍ୟନ୍ତ ଖୋଲିନି ଭିଜିଲାନ୍ସ। ଗତ ଦୁଇ ଦିନ ହେଲା ତାଙ୍କର ସମ୍ପତ୍ତିର ଆକଳନ ଚାଲିଛି।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |