ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରେ ଅଭାବନୀୟ ଘଟଣା ଦେଖାଯାଇଛି । ଚଳିତ ବର୍ଷ ୧୦ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ୧୫ ବର୍ଷୀୟା ଛାତ୍ରୀଙ୍କୁ ୯ମ ଶ୍ରେଣୀରେ ପଢ଼ୁଥିବା ସେହି ଗ୍ରାମର ଜଣେ ୧୭ ବର୍ଷୀୟ ଛାତ୍ର ତାଙ୍କ ମା ବାପାଙ୍କ ସହାୟତାରେ ଅପହରଣ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ମା’ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡି ଥାନାରେ ପହଞ୍ଚି ଅଭିଯୁକ୍ତ ମାନଙ୍କ ନାଁ ରେ ଏତଲା ଦେଇଛନ୍ତି ।
ଆଇଆଇସି କିଶୋର କୁମାର ସାମଲ ଏତଲା ଆଧାରରେ ଅଭିଯୁକ୍ତମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି । ଗତ ଶୁକ୍ରବାର ସକାଳ ପ୍ରାୟ ୬ ଟାରେ ନାବାଳିକାଙ୍କ ମା’ ଗ୍ରାମର ପୋଖରୀକୁ ଗାଧୋଇ ଯାଇଥିଲେ । ଏହି ସମୟରେ ନାବାଳିକା ଜଣକ ଘରେ ଏକୁଟିଆ ଥିବା ସୁଯୋଗ ନେଇ ନାବାଳକ ଜଣକ ତାଙ୍କୁ କେଉଁଆଡ଼େ ନେଇଯାଇଥିବା ନେଇ ନାବାଳିକାଙ୍କ ସାନ ଭଉଣୀ ତାଙ୍କ ମା’ଙ୍କୁ କହିଥିଲେ । ନାବାଳିକାଙ୍କ ମା’ ଏବଂ ସମ୍ପର୍କୀୟ ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଉଭୟଙ୍କ ସନ୍ଧାନ ମିଳିଲା ନାହିଁ ।
ନାବାଳିକାଙ୍କ ମା’ ନାବାଳକଙ୍କ ମା ଓ ବାପାଙ୍କୁ ଏନେଇ ଫୋନ କରିବାରୁ ଆନ୍ଧ୍ର ପ୍ରଦେଶ ରାଜମହେନ୍ଦ୍ରୀରେ ତାଙ୍କ ଝିଅ ଆମ ଦାୟିତ୍ୱରେ ଅଛି ବୋଲି କହିଥିଲେ। ଆମେ ଗାଁକୁ ଆସି ଘଟଣାର ସମାଧାନ କରିବାକୁ ନାବାଳକଙ୍କ ବାପା କହିଥିଲେ । କିନ୍ତୁ ସେମାନେ ଝିଅକୁ ନେଇ ଗାଁକୁ ଆସିଲେ ନାହିଁ । ପରେ ଝିଅକୁ ଏବଂ ତାଙ୍କୁ ସେମାନେ ଫୋନ ଯୋଗେ ହତ୍ୟା ଧମକ ଦେଇଥିବା ନେଇ ଏତଲାରେ ଉଲ୍ଲେଖ ରହିଛି ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।

More Stories
ପୁରୁଷୋତ୍ତମପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି ଅପରାଧୀ, ଗ୍ୟାଙ୍ଗକୁ ଠାବ କରିବା ଲାଗି ପୋଲିସ…
ଜଳୁଛି ଲକ୍ଷ୍ମୀପୁର… ଆଦିବାସୀ ଯୁବକଙ୍କୁ ଛୁରାମାଡ଼ ଘଟଣା, ଗିରଫ ଦାବିରେ ଦୋକାନ ଭାଙ୍ଗିଲେ ଆଦିବାସୀ
ମର୍ମନ୍ତୁଦ ଦୁର୍ଘଟଣା: ବାପା-ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ |