ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ —————————————- ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମାଣିକମରା ଗ୍ରାମର ଶହୀଦ ଯବାନ ମନୋଜ ବିଶ୍ଵାଳଙ୍କ ଏକାଦଶାହ କ୍ରିୟା କର୍ମ କାର୍ଯ୍ୟ ମାଣିକମରା ଗ୍ରାମର ନିଜ ବାସଭବନରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକର ଗଡ଼ପରଜଙ୍ଗ ପଞ୍ଚାୟତ ଅଧିନସ୍ଥ ଜହ୍ନାପଡ଼ା ଗ୍ରାମର ତଥା ଅଞ୍ଚଳର ଜଣାଶୁଣା ଯୁବ ସମାଜସେବୀ ଅମୂଲ୍ୟ କୁମାର ସାହୁଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶହୀଦ ମନୋଜ ବିଶ୍ଵାଳଙ୍କ ଏକାଦଶାହ ଦିବସରେ ଯୁବ ଗୋଷ୍ଠି ପ୍ରଥମେ ଅମର ଆତ୍ମାର ସଦଗତି କାମନା ଜଣାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରିସାରିବା ପରେ ବିନମ୍ରତାର ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଏହା ପରେ ଶହୀଦ ଯବାନଙ୍କ ପ୍ରତି ଆଜିର ଏହି ଦିନରେ ଅବିସ୍ମରଣୀୟ ହୋଇ ରହିବ ବୋଲି ଯୁବ ଗୋଷ୍ଠି ପକ୍ଷରୁ ଉଦବେଗ ପ୍ରକାଶ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜହ୍ନାପଡ଼ା ଗାଁ ଦେଇ ଭାଲୁମୁଣ୍ଡା ଛକରୁ ୫୩ ନମ୍ବର ଜାତୀୟ ରାଜପଥ ସରାଙ୍ଗ ଅନନ୍ତ ଶୟନ ଚେକ୍ ଗେଟ ପର୍ଯ୍ୟନ୍ତ ରହିଥିବା ରାସ୍ତାର ଅସୁରବନ୍ଧ ନାମକ ପୋଖରୀ ନିକଟରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଯୁବ ପରିବେଶବିତ୍ ଅମୂଲ୍ୟ କୁମାର ସାହୁ ପଢ଼ା ସମୟରୁ ବିଭିନ୍ନ ପ୍ରକାର ଜନହିତକର କାର୍ଯ୍ୟରେ ଲିପ୍ତ ଥିବା ବେଳେ ପରିବେଶକୁ ସନ୍ତୁଳିତ କରିବା ଦିଗରେ ଗୁରୁତ୍ଵ ଦେଇ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ହେଉ କିମ୍ବା ଯେକୌଣସି ରାସ୍ତା କଡ଼ରେ ହେଉ ଯୁବ ଗୋଷ୍ଠି ମାନଙ୍କ ସହଯୋଗରେ ବୃକ୍ଷ ରୋପଣ ଅଭିଯାନ ଜାରି ରଖିଛନ୍ତି ।ଏପରି ପ୍ରଂଶସନୀୟ କାର୍ଯ୍ୟକୁ ନେଇ ଅଞ୍ଚଳବାସୀ ପରିବେଶବିତ୍ ଅମୂଲ୍ୟ କୁମାର ସାହୁଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ଗ୍ରାମର ଯୁବ ଗୋଷ୍ଠି ମଧ୍ୟରେ ବିଭୂତି , କାହ୍ନା, ଶିତୁ, କାଳିଆ , ଯୁଜୁ , ଇକୁ , ବେଡ଼ା, ସୁଦାମ ଓ ପ୍ରଶାନ୍ତ ପ୍ରମୁଖ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ( ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ନିର୍ମଳ ଗଡ଼ ନାୟକଙ୍କ ରିପୋର୍ଟ )

More Stories
ଅରଡ଼ା ରେ ଉଦଯାପନ ହେଲା ତ୍ରୟୋଦଶ ବାର୍ଷିକ ବେଦ ଗାୟତ୍ରୀ ମହାଯଜ୍ଞ,
-ଯୋରନ୍ଦା ମହିମା ଗାଦୀରେ ୨୬୩ ଫୁଟ ଉଚ୍ଚତା ବିଶିଷ୍ଟ ବିରାଟକାୟ ଭବ୍ୟ ମନ୍ଦିର ନିର୍ମାଣ ହେବ।
ବାଣ ବିସ୍ଫୋରଣ; ୪ ଗୁରୁତର |