February 4, 2026

Now Odisha

Now Odisha

ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ

Spread the love

ନୂଆଦିଲ୍ଲୀ, ୨୬।୮: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏକ ଚାଞ୍ଚଲ୍ୟକର ଖୁଲାସା କରିଛି । ଏପରି ୧୫ଟି ଫୋନ୍ ନମ୍ବର ମିଳିଛି ଯାହା ପାକିସ୍ତାନୀ ଗୁପ୍ତଚରଙ୍କ ସହ ଯୋଗାଯୋଗରେ ଥିଲା । ଏହି ନମ୍ବରଗୁଡ଼ିକ ସେନା, ଅର୍ଦ୍ଧସାମରିକ ବାହିନୀର ସୈନିକ ଏବଂ ସରକାରୀ ବିଭାଗରେ କାମ କରୁଥିବା ଲୋକଙ୍କ ସହିତ ଜଡ଼ିତ । ସିଆରପିଏଫ୍ ସହାୟକ ଉପ-ନିରୀକ୍ଷକ ମୋତି ରାମ ଜାଟଙ୍କ ସମ୍ପର୍କରେ ଚାଲିଥିବା ତଦନ୍ତରେ ଏହା ସାମ୍ନାକୁ ଆସିଛି ।

ଦି ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସେହି ପାକିସ୍ତାନୀ କାର୍ଯ୍ୟକର୍ତ୍ତାଙ୍କ ସହ ଭାରତ ସମ୍ପର୍କିତ ସୂଚନା ବାଣ୍ଟିବା ପାଇଁ ସିଆରପିଏଫ୍ ସହକାରୀ ସବ-ଇନ୍ସପେକ୍ଟର ମୋତି ରାମ ଜାଟଙ୍କୁ ମଧ୍ୟ ୩ ମାସ ପୂର୍ବରୁ ଗିରଫ କରାଯାଇଥିଲା । ଏହି ମାମଲାର ତଦନ୍ତ କରିବା ସମୟରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏଭଳି ଖୁଲାସା କରିଛନ୍ତି । କହିରଖୁ କି, ମୋତି ରାମ ଜାଟଙ୍କୁ ମେ ୨୭ରେ ଜାତୀୟ ତଦନ୍ତ ସଂସ୍ଥା (NIA) ଗିରଫ କରିଥିଲା । ୨୨ ଏପ୍ରିଲରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣର ୫ ଦିନ ପୂର୍ବରୁ ମୋତି ରାମ ଜାଟଙ୍କୁ ସିଆରପିଏଫ୍ ବାଟାଲିୟନରେରେ ନିୟୋଜିତ ହୋଇଥିଲେ, କିନ୍ତୁ ପରେ ତାଙ୍କୁ ଦିଲ୍ଲୀରେ ନିଯୁକ୍ତି କରାଗଲା ।

ବୈଷୟିକ ନିରୀକ୍ଷଣରୁ ଜଣାପଡ଼ିଛି ଯେ, କେବଳ ମୋତି ରାମ ଜାଟ ନୁହେଁ ବରଂ ଅନ୍ୟ ୧୫ଟି ଫୋନ୍ ନମ୍ବର ମଧ୍ୟ ପାକିସ୍ତାନୀ ଅପରେଟିଭ୍ ସହିତ ଯୋଗାଯୋଗରେ ଥିଲା । ଅଧିକାରୀମାନେ ଏହି ନମ୍ବରଗୁଡ଼ିକର କଲ୍ ରେକର୍ଡ ଏବଂ ଡାଟା ଯାଞ୍ଚ କରୁଛନ୍ତି । ଏହି ପାକିସ୍ତାନୀ ଅପରେଟିଭ୍ର କୋଡ୍ ନାଁ ହେଉଛି ସଲିମ୍ ଅହମ୍ମଦ । ଯେତେବେଳେ ଏହି ୧୫ଟି ଫୋନ୍ ନମ୍ବରର କଲ୍ ରେକର୍ଡ ଏବଂ ଇଣ୍ଟରନେଟ୍ ପ୍ରୋଟୋକଲ୍ ବିବରଣୀ ରେକର୍ଡ ସ୍କାନ କରାଯାଇଥିଲା , ଏଥିମଧ୍ୟରୁ ୪ଟି ନମ୍ବର ଭାରତୀୟ ସେନା କର୍ମଚାରୀଙ୍କର, ୪ଟି ଅର୍ଦ୍ଧସାମରିକ ବଳ କର୍ମଚାରୀଙ୍କର ଏବଂ ବାକି ୭ଟି ନମ୍ବର ବିଭିନ୍ନ ସରକାରୀ ବିଭାଗରେ କାମ କରୁଥିବା ବ୍ୟକ୍ତିଙ୍କର ବୋଲି ଜଣାପଡ଼ିଥିଲା ।

ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ମୋତି ରାମ ଜାଟ ଯେଉଁ ନମ୍ବର ମାଧ୍ୟମରେ ଯୋଗାଯୋଗ କରିଥିଲେ ତାହା କୋଲକାତାରୁ କିଣାଯାଇଥିଲା ଏବଂ ସିମ୍ ଆକ୍ଟିଭ୍ କରିବା ପାଇଁ ଲାହୋରରେ ବସିଥିବା ଜଣେ ପାକିସ୍ତାନୀ କର୍ମଚାରୀଙ୍କୁ ଓଟିପି ପଠାଯାଇଥିଲା । ଏହି ନମ୍ବରଟିକୁ କିଣିଥିବା ବ୍ୟକ୍ତି କୋଲକାତାର, ଯିଏ ୨୦୦୭ ମସିହାରେ ଜଣେ ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିଲେ ଏବଂ ୨୦୧୪ ମସିହାରେ ସେଠାକୁ ସ୍ଥାନାନ୍ତର ହୋଇଥିଲେ । ସେ ବର୍ଷକୁ ଦୁଇଥର କୋଲକାତା ଆସୁଥିଲେ ।

କହିରଖୁ କି, ମୋତି ରାମ ଜାଟଙ୍କୁ ଏସବୁ ଗୁପ୍ତ ସୂଚନା ଦେବା ବଦଳରେ ଭାରତର ବିଭିନ୍ନ ସହରରୁ ଅନେକ ଥର ଟଙ୍କା ପଠାଯାଇଥିଲା । ଦୁଇ ବର୍ଷ ମଧ୍ୟରେ, ତାଙ୍କୁ ଗୁଇନ୍ଦା ସୂଚନା ପଠାଇବା ପାଇଁ ନିୟମିତ ଭାବରେ ୧୨ ହଜାର ଟଙ୍କା ଦିଆଯାଇଥିଲା । ଯାହାକୁ ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, ରାଜସ୍ଥାନ, ଆସାମ, ଦିଲ୍ଲୀ, ହରିୟାଣା ଏବଂ ପଶ୍ଚିମବଙ୍ଗରୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା ।

ସୂତ୍ର ଅନୁସାରେ ମୋତି ରାମ ଜାଟ ଦାବି କରିଛନ୍ତି ଯେ, ସେ ପ୍ରଥମେ ଚଣ୍ଡିଗଡ଼ ଟିଭି ଚ୍ୟାନେଲରେ କାମ କରୁଥିବା ଜଣେ ସାମ୍ବାଦିକଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ତା’ ପରେ ସେ ତାଙ୍କ ସହ ଫୋନ୍ ଏବଂ ଭିଡିଓ କଲ୍ ମାଧ୍ୟମରେ କଥାବାର୍ତ୍ତା ଆରମ୍ଭ କରିଥିଲେ । ଏହି ସମୟରେ ସେ ଅନେକ ଡକ୍ୟୁମେଣ୍ଟ ମଧ୍ୟ ସେୟାର କରିଥିଲେ । ସେ କହିଥିଲେ ଯେ, ପରେ ସେ ଜଣେ ପାକିସ୍ତାନୀ ଅଧିକାରୀଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ ଏବଂ ଏସବୁ ଯୋଜନା ଜାରି ରହିଥିଲା । ସୂତ୍ର ଅନୁସାରେ, ମୋତି ରାମ ଜାଟ ସୁରକ୍ଷା କର୍ମୀଙ୍କ ନିୟୋଜନ, ଅନେକ ଏଜେନ୍ସିର କେନ୍ଦ୍ର ସହ ଜଡ଼ିତ ସୂଚନା, ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହ ସୈନିକଙ୍କ ଗତିବିଧି ସମ୍ପର୍କିତ ସୂଚନା ସେୟାର କରିଥିଲେ ।

error: Content is protected !!