December 13, 2025

Now Odisha

Now Odisha

ବିମାନ ଚକରେ ଲୁଚି କାବୁଲରୁ ଦିଲ୍ଲୀ ଯାତ୍ରା କଲା ନାବାଳକ…

Spread the love

— ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ନାବାଳକ ବିମାନ ଚକରେ ଲୁଚି ଛପି ଯାତ୍ରା କରିଛି। ଆଫଗାନିସ୍ତାନର କାବୁଲରୁ ୯୪ ମିନିଟ ଧରି ବାଳକଟି ବିମାନ ଚକରେ ଯାତ୍ରା କରି ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛି। ଉଚ୍ଚ ଆକାଶରେ ଅମ୍ଳଜାନର ଅଭାବ ଏବଂ ପ୍ରବଳ ଥଣ୍ଡା ସତ୍ବେ ବାଳକ ଜୀବିତ ଅବସ୍ଥାରେ ନୂଆଦିଲ୍ଲୀରେ ପହଞ୍ଚିବା ସମସ୍ତଙ୍କୁ ଚକ୍କିତ କରିଛି।
ଏୟାରବସ ଏ୩୪୦ ସକାଳ ୮ଟା ୪୬ ମିନିଟରେ କାବୁଲରୁ ଉଡ଼ାଣ ଆରମ୍ଭ କରିଥିଲା। ନୂଅଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସକାଳ ୧୦ଟା ୨୦ ମିନିଟରେ ଅବତରଣ କରିଥିଲା। ଏହାର କିଛି ସମୟରେ ପରେ ବାଳକଟିକୁ ବିମାନ ନିକଟରେ ଏଣେତେଣେ ବୁଲୁଥିବା ଦେଖି ସିଆଇଏସଏଫ ଯବାନମାନେ ତାକୁ ଧରିଥିଲେ। ପଚରାଉଚରା କରିବା ପରେ ବାଳକଟି କାବୁଲରୁ ବିମାନ ଚକରେ ଲୁଚି ନୂଆଦିଲ୍ଲୀ ଆସିଥିବା କହିଥିଲା। ସିଆଇଏସଏଫ ବାଳକଟିକୁ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିଥିଲା। ପରବର୍ତ୍ତୀ ସମୟରେ ତା’କୁ କାବୁଲ ପଠାଇ ଦିଆଯାଇଥିଲା।

error: Content is protected !!