July 19, 2026

Now Odisha

Now Odisha

ଭାଇ ସହ ହେଲା କଳି ଏମତି କାଣ୍ଡ କରିଦେଲେ ୧୩ ବର୍ଷର |

Spread the love

ଛତ୍ରପୁର ଅଞ୍ଚଳରେ ଶନିବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପାରିବାରିକ କଳହ ପରେ ସେ ଏପରି ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଛତ୍ରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଶୁକ୍ରବାର ରାତିରେ ନାବାଳିକାଙ୍କର ଭାଇଙ୍କ ସହ ଭୋଜି ପାଇଁ ୩୦ ଟଙ୍କାକୁ କେନ୍ଦ୍ର କରି ବଚସା ହୋଇଥିଲା। ଏହି ବଚସା ପରେ ସେ ମାନସିକ ଭାବେ ଭାଙ୍ଗିପଡ଼ିଥିବା ବୋଲି ତାଙ୍କ ଆଈ କୁନି ମହାରଣା କହିଛନ୍ତି।

ସୂଚନା ମୁତାବକ, ନାବାଳିକାଙ୍କ ବାପାଙ୍କର ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା’ ପ୍ରମିଳା ମହାରଣା ଚେନ୍ନାଇରେ ରହୁଛନ୍ତି। ଗତ ପ୍ରାୟ ୧୧ ବର୍ଷ ଧରି ଭାଇ-ଭଉଣୀ ନିଜ ଅଜା ଓ ଆଈଙ୍କ ପାଖରେ ରହି ଆସୁଥିବା ଜଣାପଡ଼ିଛି। ମୃତ ନାବାଳିକା ଜଣକ ଅଷ୍ଟମ ଶ୍ରେଣୀର ଛାତ୍ରୀ ଥିଲେ।ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ଏହାସହ ଛତ୍ରପୁର ଥାନାରେ ୟୁ.ଡି. (ଅପମୃତ୍ୟୁ) ମାମଲା ନଂ–୧୪/୨୦୨୬ ରୁଜୁ କରାଯାଇ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି।

error: Content is protected !!