ପ୍ରକାଶ ପାଇଲା ଶିକ୍ଷାବର୍ଷ 2024-25 କ୍ୟାଲେଣ୍ଡର


ପ୍ରକାଶ ପାଇଲା ଶିକ୍ଷାବର୍ଷ 2024-25 କ୍ୟାଲେଣ୍ଡର, ଅପ୍ରେଲ 2 ରୁ ସକାଳୁଆ ସ୍କୁଲ ଓ ମେ 6 ରୁ ଖରା ଛୁଟିଶିକ୍ଷା ବର୍ଷ 2024-25 ପାଇଁ ପ୍ରକାଶ ପାଇଲା କ୍ୟାଲେଣ୍ଡର । ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଓସେପା ପକ୍ଷରୁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇଛି । ଚଳିତ ବର୍ଷ ନେ 6 ତାରିଖରୁ ଆରମ୍ଭ ହେବ ଖରାଛୁଟି । 17 ଜୁନ ପର୍ଯ୍ୟନ୍ତ ସ୍କୁଲରେ ଖରା ଛୁଟି ଶିକ୍ଷା କ୍ୟାଲେଣ୍ଡର ପାଳନ ଲାଗି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଏହା ସହ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ପାଇଁ ନିଷ୍ପତ୍ତି ନିଆଯାଇଛି । ଅପ୍ରେଲ 2 ତାରିଖରୁ ସକାଳୁଆ ସ୍କୁଲ ଆରମ୍ଭ ହେବ । ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସକାଳୁଆ କ୍ଲାସ ଆରମ୍ଭ ହେବ । ସକାଳ 7 ଟା ରୁ 11.30 ମିନିଟ ଯାଏଁ ସକାଳୁଆ କ୍ଲାସ ସମୟ ରହିଛି ।2024 -25 ଶିକ୍ଷାବର୍ଷରେ ମୋଟ୍ 231 ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତା ମେ 6 ତାରିଖରୁ ଜୁନ 17 ତାରିଖ ପର୍ଯ୍ୟନ୍ତ ଖରାଛୁଟି ପାଇଁ ସମସ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ । ବିଶେଷ ଭାବରେ ବିଦ୍ୟାଳୟରେ କାର୍ଯ୍ୟ ସମୟ ସକାଳ ସାଢ଼େ 9.30 ରୁ ଅପରାହ୍ନ ସାଢ଼େ 4.30 ପର୍ଯ୍ୟନ୍ତ ପାଠପଢା ରଖାଯାଇଛି । ଶନିବାର ଦିନ ସକାଳ 7ଟାରୁ ଦିନ1 ଟା ଯାଏଁ ପାଠପଢ଼ା ହେବ । ଏହା ସହ ସକାଳ 10 ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀ ରହିବା ବାଧ୍ୟତାମୂଳକ । ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଟୋଲ ଫ୍ରି ନମ୍ବର 18003456722/14417 ଦିଆଯାଇଛି ।


error: Content is protected !!