କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଏବେ ରାଜ୍ୟ ମାନ୍ୟତା ଦାବି ତୀବ୍ର ହୋଇଛି। ୨୦୧୯ ଯାଏ ଜମ୍ମୁ-କଶ୍ମୀର ସହ ରହିଥିଲା ଲଦାଖ। କିନ୍ତୁ ୨୦୧୯ ଅଗଷ୍ଟ ୫ରୁ ଲଦାଖ ସ୍ୱତନ୍ତ୍ର ଭାବେ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଛି। ଏବେ ବି କିନ୍ତୁ ସ୍ଥାନୀୟ ଲୋକ ଲଦାଖକୁ ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଛନ୍ତି।ଏନେଇ ଆଜି ଲେହରେ ଆୟୋଜିତ ବିକ୍ଷୋଭ ସମାବେଶ ଭୟଙ୍କର ରୂପ ନେଇଛି। ବିକ୍ଷୋଭକାରୀ ଓ ପୁଲିସ୍ ମଧ୍ୟରେ ଭୟଙ୍କର ସଂଘର୍ଷ ଦେଖିବାକୁ ମିଳିଛି। ବିକ୍ଷୋଭକାରୀମାନେ ପୁଲିସ ଓ ସରକାରୀ ଅଧିକାରୀଙ୍କ ଉପରକୁ ପଥର ମାଡ଼ କରିଛନ୍ତି। ଏପରି କି ସେମାନେ ଏକାଧିବ ପୁଲିସ୍ ଗାଡ଼ିକୁ ମଧ୍ୟ ଜାଳି ଦେଇଛନ୍ତି। ପ୍ରଥମଥର ପାଇଁ ରାଜ୍ୟ ମାନ୍ୟତା ଦାବିରେ ଲଦାଖରେ ଏତେ ବଡ଼ ହିଂସାକାଣ୍ଡ ଘଟିବା ପ୍ରଶାସନର ନିଦ ହଜାଇ ଦେଇଛି।ଆଜି ଶତାଧିକ ଲୋକ ଲଦାଖର ଲେହରେ ଏକାଠି ହୋଇଥିଲେ। ସେମାନେ ଲଦାଖ କୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଓ ଏହାର ସାମ୍ବିଧାନିକ ସୁରକ୍ଷା ପାଇଁ ସ୍ୱରକୁ ତୀବ୍ର କରିଥିଲେ। ନିଜର ଦାବିକୁ ଜୋରଦାର କରିବା ପାଇଁ ସେମାନେ ଆଜି ଅନଶନ କରିବା ସହ ବନ୍ଦ ଡାକରା ମଧ୍ୟ ଦେଇଛନ୍ତି। ହେଲେ ପୁଲିସ୍ ଓ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ବିକ୍ଷୋଭ ଶୋଭାଯାତ୍ରା କରିବାକୁ ନଦେବାରୁ ଆରମ୍ଭ ହୋଇଥିଲା ଛକାପଞ୍ଝା।ଉତ୍ତେଜିତ ବିକ୍ଷୋଭକାରୀମାନେ ଲେହରେ ଥିବା ବିଜେପି ଅଫିସରେ ଧସେଇ ପଶିବା ସହ ଭଙ୍ଗାରୁଜା କରିଥିଲେ। ସେମାନେ ପୁଲିସ୍ ଷ୍ଟେସନ ଉପରକୁ ପଥର ମାଡ଼ କରିଛନ୍ତି। ଏପରି କି ଏକାଧିକ ପୁଲିସ୍ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଏହାର ଜବାବରେ ପୁଲିସ୍ ପକ୍ଷରୁ ଲୁହ ବୁହା ଗ୍ୟାସ ମାଡ଼ କରାଯିବା ସହ ଲାଠିଚାର୍ଜ କରାଯାଇଛି।ଲଦାଖର ଦାବି ସମ୍ପର୍କରେ ଆଲୋଚନା କରିବାକୁ ଅକ୍ଟୋବର ୬ରେ କେନ୍ଦ୍ର ସରକାର ବୈଠକ ଡାକିଛନ୍ତି। ଏଥିରେ ଲଦାଖ ପ୍ରତିନିଧିମାନେ ଯୋଗଦେବେ। ହେଲେ ଏହାପୂର୍ବରୁ ପ୍ରଥମଥର ପାଇଁ ଲଦାଖରେ ଏତେ ବଡ଼ ସଂଘର୍ଷ ଦେଖିବାକୁ ମିଳିଛି। - Now Odisha
Skip to content
Post Views: 14
error: Content is protected !!
More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |