କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଏବେ ରାଜ୍ୟ ମାନ୍ୟତା ଦାବି ତୀବ୍ର ହୋଇଛି। ୨୦୧୯ ଯାଏ ଜମ୍ମୁ-କଶ୍ମୀର ସହ ରହିଥିଲା ଲଦାଖ। କିନ୍ତୁ ୨୦୧୯ ଅଗଷ୍ଟ ୫ରୁ ଲଦାଖ ସ୍ୱତନ୍ତ୍ର ଭାବେ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଛି। ଏବେ ବି କିନ୍ତୁ ସ୍ଥାନୀୟ ଲୋକ ଲଦାଖକୁ ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଛନ୍ତି।ଏନେଇ ଆଜି ଲେହରେ ଆୟୋଜିତ ବିକ୍ଷୋଭ ସମାବେଶ ଭୟଙ୍କର ରୂପ ନେଇଛି। ବିକ୍ଷୋଭକାରୀ ଓ ପୁଲିସ୍ ମଧ୍ୟରେ ଭୟଙ୍କର ସଂଘର୍ଷ ଦେଖିବାକୁ ମିଳିଛି। ବିକ୍ଷୋଭକାରୀମାନେ ପୁଲିସ ଓ ସରକାରୀ ଅଧିକାରୀଙ୍କ ଉପରକୁ ପଥର ମାଡ଼ କରିଛନ୍ତି। ଏପରି କି ସେମାନେ ଏକାଧିବ ପୁଲିସ୍ ଗାଡ଼ିକୁ ମଧ୍ୟ ଜାଳି ଦେଇଛନ୍ତି। ପ୍ରଥମଥର ପାଇଁ ରାଜ୍ୟ ମାନ୍ୟତା ଦାବିରେ ଲଦାଖରେ ଏତେ ବଡ଼ ହିଂସାକାଣ୍ଡ ଘଟିବା ପ୍ରଶାସନର ନିଦ ହଜାଇ ଦେଇଛି।ଆଜି ଶତାଧିକ ଲୋକ ଲଦାଖର ଲେହରେ ଏକାଠି ହୋଇଥିଲେ। ସେମାନେ ଲଦାଖ କୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଓ ଏହାର ସାମ୍ବିଧାନିକ ସୁରକ୍ଷା ପାଇଁ ସ୍ୱରକୁ ତୀବ୍ର କରିଥିଲେ। ନିଜର ଦାବିକୁ ଜୋରଦାର କରିବା ପାଇଁ ସେମାନେ ଆଜି ଅନଶନ କରିବା ସହ ବନ୍ଦ ଡାକରା ମଧ୍ୟ ଦେଇଛନ୍ତି। ହେଲେ ପୁଲିସ୍ ଓ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ବିକ୍ଷୋଭ ଶୋଭାଯାତ୍ରା କରିବାକୁ ନଦେବାରୁ ଆରମ୍ଭ ହୋଇଥିଲା ଛକାପଞ୍ଝା।ଉତ୍ତେଜିତ ବିକ୍ଷୋଭକାରୀମାନେ ଲେହରେ ଥିବା ବିଜେପି ଅଫିସରେ ଧସେଇ ପଶିବା ସହ ଭଙ୍ଗାରୁଜା କରିଥିଲେ। ସେମାନେ ପୁଲିସ୍ ଷ୍ଟେସନ ଉପରକୁ ପଥର ମାଡ଼ କରିଛନ୍ତି। ଏପରି କି ଏକାଧିକ ପୁଲିସ୍ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଏହାର ଜବାବରେ ପୁଲିସ୍ ପକ୍ଷରୁ ଲୁହ ବୁହା ଗ୍ୟାସ ମାଡ଼ କରାଯିବା ସହ ଲାଠିଚାର୍ଜ କରାଯାଇଛି।ଲଦାଖର ଦାବି ସମ୍ପର୍କରେ ଆଲୋଚନା କରିବାକୁ ଅକ୍ଟୋବର ୬ରେ କେନ୍ଦ୍ର ସରକାର ବୈଠକ ଡାକିଛନ୍ତି। ଏଥିରେ ଲଦାଖ ପ୍ରତିନିଧିମାନେ ଯୋଗଦେବେ। ହେଲେ ଏହାପୂର୍ବରୁ ପ୍ରଥମଥର ପାଇଁ ଲଦାଖରେ ଏତେ ବଡ଼ ସଂଘର୍ଷ ଦେଖିବାକୁ ମିଳିଛି। admin September 24, 2025 Spread the love Post Views: 0 Continue Reading Previous: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡିଶାNext: ନୂଆଦିଲ୍ଲୀ,୨୪।୯: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିୟା ମେଲୋନି ପୁଣି ଥରେ ଭାରତକୁ ପ୍ରଶଂସା କରିଛନ୍ତି। ଭାରତ ବିଶ୍ୱରେ ଦ୍ୱନ୍ଦ୍ୱ ସମାଧାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ମେଲୋନି କହିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜର୍ଜିୟା ମେଲୋନି ଏହି ମାସର ଆରମ୍ଭରେ ଫୋନ ଯୋଗେ କଥା ହୋଇଥିଲେ, ପାରସ୍ପରିକ ସ୍ବାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଉଭୟ ନେତା ଯଥାଶୀଘ୍ର ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ କରିବା ଏବଂ ଏକ ଶାନ୍ତିପୂର୍ଣ୍ଣ ସମାଧାନ ଖୋଜିବାର ଆବଶ୍ୟକତା ଉପରେ ସହମତ ହୋଇଥିଲେ।ପ୍ରଧାନମନ୍ତ୍ରୀ ମୋଦି ଏହି ଦିଗରେ ପ୍ରୟାସ ପାଇଁ ଭାରତର ପୂର୍ଣ୍ଣ ସମର୍ଥନକୁ ଦୋହରାଇଥିଲେ। ଦୁଇ ନେତା ନିବେଶ, ପ୍ରତିରକ୍ଷା, ସୁରକ୍ଷା, ମହାକାଶ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ଲୋକ-ଲୋକ ସମ୍ପର୍କକୁ ଆହୁରି ମଜବୁତ କରିବା ଏବଂ ଆତଙ୍କବାଦ ମୁକାବିଲା ଭଳି କ୍ଷେତ୍ରରେ ଦ୍ୱିପାକ୍ଷିକ ରଣନୈତିକ ସହଭାଗୀତାରେ ବିକାଶ ସମୀକ୍ଷା କରିଥିଲେ।ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ୨୦୨୫-୨୯ ଫ୍ରେମୱାର୍କ ଅନୁଯାୟୀ ସହଭାଗୀତାକୁ ଆହୁରି ମଜଭୁତ କରିବା ପାଇଁ ଦୁଇ ନେତା ମିଳିତ ଭାବରେ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି ଭାରତ-ଇୟୁ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏବଂ ୨୦୨୬ରେ ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା EU ପ୍ରଭାବ ସମ୍ମିଳନୀର ସଫଳତା ପାଇଁ ଇଟାଲୀର ଦୃଢ଼ ସମର୍ଥନକୁ ଦୋହରାଇଛନ୍ତି।ମୋଦି ଏବଂ ମେଲୋନି ଭାରତ-ମଧ୍ୟ ପୂର୍ବ ୟୁରୋପ ଅର୍ଥନୈତିକ କରିଡର (IMEEC) ଅଧୀନରେ ସଂଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ସହମତ ହୋଇଛନ୍ତି। ଭାରତ ଏବଂ EU ଏକ ସନ୍ତୁଳିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ଚୂଡ଼ାନ୍ତ କରିବା ପାଇଁ ଆନ୍ତରିକତା ଏବଂ ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରୁଛନ୍ତି, ଯାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟକୁ ଆହୁରି ବୃଦ୍ଧି କରିବ ଏବଂ ସାଧାରଣ ଲୋକଙ୍କୁ ଲାଭ ଦେବ। Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ