July 27, 2026

Now Odisha

Now Odisha

ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ,

Spread the love

ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଥରମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୫ ଜଣଙ୍କୁ ପୋଲିସ ଥାନାକୁ ଆଣି ଅଟକ ରଖି ପଚାଉଚରା କରୁଛି। ପାଟଣାଗଡ଼ ଲରମ୍ଭା ଥାନା ଅନ୍ତର୍ଗତ ବାଘମୁଣ୍ଡ ଗାଁରେ ଘଟିଛି ଏହି ଘଟଣା। ମୃତକଙ୍କ ନାମ ମକୁନ୍ଦ ସାହୁ ବୋଲି ଜଣାପଡ଼ିଛି।

ଅଭିଯୋଗ ଅନୁସାରେ, ରଥଯାତ୍ରା ସମୟରେ ହୋଇଥିବା ଏକ ବିବାଦକୁ କେନ୍ଦ୍ର କରି ରବିବାର ବିଳମ୍ବିତ ରାତିରେ କିଛି ଯୁବକ ମକୁନ୍ଦଙ୍କ ଘର ଉପରକୁ ପଥରମାଡ଼ କରିଥିଲେ। ପରିବାର ସଦସ୍ୟମାନେ ଶୋଇଥିବା ବେଳେ ମକୁନ୍ଦ କବାଟ ଖୋଲିବାକୁ ବାହାରିଥିଲେ। ସେହି ସମୟରେ ତାଙ୍କ ଛାତିରେ ପଥର ବାଜିଥିବାରୁ ସେ ଗୁରୁତର ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରାଯାଇଛି।
ଖବର ପାଇ ଲରମ୍ଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଏହି ମାମଲାରେ ୫ ଜଣଙ୍କୁ ପୋଲିସ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।

error: Content is protected !!