July 27, 2026

Now Odisha

Now Odisha

NEET ଛାତ୍ରୀଙ୍କୁ ଟେକିନେଇ ଗଣବଳାତ୍କାର, 

Spread the love

ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ସୀମାନ୍ତରେ ଅବସ୍ଥିତ ଏକ ପବିତ୍ର ସହର ଚିତ୍ରକୂଟର ଦେବାଙ୍ଗନା ଉପତ୍ୟକା ଅଞ୍ଚଳରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ମଧ୍ୟପ୍ରଦେଶର ସତନାର ଜଣେ ୨୦ ବର୍ଷୀୟା ଛାତ୍ରୀଙ୍କୁ ତିନି ଜଣ ଯୁବକ ଗଣବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି । ପୀଡିତା ଜଣକ ରାଜସ୍ଥାନର କୋଟାରେ NEET ପାଇଁ ପ୍ରସ୍ତୁତ ହେଉଥିଲେ । ବନବିଭାଗ କର୍ମଚାରୀର ପରିଚୟ ଦେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଛାତ୍ରୀଜଣକ ଛୁଟିରେ ଘରକୁ ବୁଲିବାକୁ ଆସିଥିଲେ । ପୁରୁଷବନ୍ଧୁ ନିମନ୍ତ୍ରଣ କରିବାକୁ ସେ ଚିତ୍ରକୁଟ ବୁଲିବାକୁ ଯାଇଥିଲେ । ସେମାନେ ପାହାଡ଼ରେ ବୁଲୁଥିବା ବେଳେ ତିନିଜଣ ଯୁବକ ବାଇକରେ ଆସି ନିଜକୁ ବନକର୍ମଚୀରର ପରିଚୟ ଦେଇ ଧମକ ଦେଇଥିଲେ ।ଯେତେବେଳେ ପୁରୁଷ ବନ୍ଧୁ ବିରୋଧ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ବେଲ୍ଟରେ ପିଟିଥିଲେ, ତାଙ୍କ ହାତ ଏବଂ ଗୋଡକୁ ସ୍କାର୍ଫରେ ବାନ୍ଧି ବୁଦାରେ ଫିଙ୍ଗି ଦେଇଥିଲେ। ଏହାପରେ ଛାତ୍ରୀଙ୍କୁ ବୁଦାମୂଳକୁ ନେଇ ଗଣବଳାତ୍କାର କରି ଫେରାର ହୋଇଯାଇଥିଲେ ।

ଘଟଣା ପରେ, ନାବାଳିକା ଜଣକ ନିଜକୁ ମୁକ୍ତ କରିବାରେ ସଫଳ ହୋଇଥିଲେ ଏବଂ ପୋଲିସକୁ ସୂଚନା ଦେଇଥିଲେ। ମୁକୁଳିବା ପାଇଁ ବହୁତ ଚେଷ୍ଟା କରାଯାଇଥିଲା, କିନ୍ତୁ ନେଟୱାର୍କ କଭରେଜ୍ ପାଇବା ପରେ, ନାବାଳିକା ଜଣକ ଘଟଣା ବିଷୟରେ ଜଣାଇବା ପାଇଁ ଜରୁରୀକାଳୀନ ନମ୍ବର 112 କୁ ଫୋନ୍ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲକୁ ନେଇଥିଲା। ଘଟଣା ପରେ ଅଞ୍ଚଳର ସିସିଟିଭି ଫୁଟେଜରେ ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତି ଏକ ମୋଟରସାଇକେଲରେ ପଳାଇ ଯାଉଥିବା ଦେଖାଯାଉଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

error: Content is protected !!