ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଞ୍ଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ସ୍ଥାନୀୟ ସୂତ୍ର ଅନୁଯାୟୀ, ମିର୍ଘାଟକୁଳ ଗ୍ରାମର ଗୌରାଙ୍ଗ ମାଲିକ (ପିତାତନୁ ମାଲିକ) କୋଠାର ବଜାରରେ ଚା’ ପିଉଥିବା ବେଳେ କୌଣସି କଥାକୁ ନେଇ ଦୀପୁ ମାଲିକ (ପିତାଗଦାଧର ମାଲିକ)ଙ୍କ ସହ ବଚ୍ସା ହୋଇଥିଲା। ବଚ୍ସା ଉଗ୍ରରୂପ ନେବା ପରେ ଦୀପୁ ହଠାତ୍ ଗୌରାଙ୍ଗଙ୍କ ଉପରେ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ସେଠାରୁ ଦୌଡ଼ି ପଳାଇଯାଇଥିବା କୁହାଯାଉଛି। ସେହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଧୂଷୁରୀ ପୋଲିସର ପାଟ୍ରୋଲିଂ ଭ୍ୟାନ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିବା ସୂଚନା ମିଳିଛି। ଗୁରୁତର ଆହତ ଗୌରାଙ୍ଗ ମାଲିକଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଘଟଣାକୁ ନେଇ କୋଠାର ବଜାର ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।
ଘଟଣା ସମ୍ପର୍କରେ ଧୂଷୁରୀ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

More Stories
ଗୋଟିଏ ଯୁବତୀଙ୍କୁ ଭଲପାଉଥିଲେ, ଈର୍ଷାରେ ପାଣିଟାଙ୍କି ଉପରୁ ଠେଲି ନେଇଗଲେ ବନ୍ଧୁଙ୍କ ଜୀବନ
ହତ୍ୟା କରିବା ପରେ ବାଇକ୍ ସହ ମୃତଦେହ ଫିଙ୍ଗି ଦେଇଥିଲେ ୧୨ ଅଭିଯୁକ୍ତ
୧୯ରେ ଲଘୁଚାପ, ଶୁକ୍ରବାରଠାରୁ ବଢ଼ିବ ବର୍ଷା: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମ୍ଡି ଡିଜି କହିଲେ…