ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକରେ ସୋମବାର ଅପରାହ୍ନ ସମୟରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ଆଷାଢ଼ ମାସ ଯାଇ ଶ୍ରାବଣ ମାସ ଆସିଛି । ତଥାପି ଥମୁନି ବର୍ଷା ଘଡ଼ଘଡ଼ି ଏହା ସାଙ୍ଗକୁ ବଜ୍ରପାତ । ପ୍ରକୃତିର ତାଣ୍ଡବ କରାଳ ପରିବେଶରେ ସବୁଦିନ ପାଇଁ ଲୁଚିଯାଇଥାଏ ମଣିଷର ଜୀବନ । ଏପରି ଏକ ଦୃଷ୍ଟାନ୍ତ ଦୃଶ୍ୟ ଦେଖିବାକୁ ମିଳିଛି କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କନ୍ଧରା ଗ୍ରାମ ରଙ୍ଗ ମାଟିଆ ଗାଁରେ । ଏହି ଗାଁର ଅର୍ଜୁନ ବିଶ୍ୱାଳଙ୍କ ପୁଅ ଅଭିମନ୍ୟୁ ବିଶ୍ଵାଳ ସବୁଦିନ ପରି ସୋମବାର ସକାଳୁ ଗାଁ ପାଖ ଜଙ୍ଗଲକୁ ଗାଈ ଗୋରୁ ଚରାଇବାକୁ ନେଇଥିଲେ । ଅପରାହ୍ନ ସମୟରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଅଭିମନ୍ୟୁ ଗାଈ ଗୋରୁ ଧରି ଆସୁଥିଲେ । ଗାଈ ଗୋରୁ ପଲ୍ଲକୁ ଧରି ଆସିବା ବାଟରେ ଅଭିମନ୍ୟୁ ବଜ୍ରାଘାତର ଶିକାର ହୋଇଥିଲେ । ହଠାତ୍ ବର୍ଷା ଘଡଘଡ଼ି ସାଙ୍ଗକୁ ବଜ୍ରାଘାତ ଯୋଗୁଁ ଗାଈ ଗୋରୁ ଚରାଇବାକୁ ନେଇଥିବା ଅଭିମନ୍ୟୁ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁ ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି କାନ୍ଦ ବୋବାଳିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଥିଲା । ଏପରି ଅକସ୍ମାତ୍ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ନିମିଷକ ମଧ୍ୟରେ ଖେଳାଇ ଦେଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ମେଡ଼ିକାଲକୁ ପଠାଇ ଦେଇଥିଲେ ।( ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ନିର୍ମଳ ଗଡ଼ ନାୟକଙ୍କ ରିପୋର୍ଟ )

More Stories
ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ:କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି
ନିଶା କ୍ଷେତ୍ରରେ ‘ଜିରୋ ଟୋଲେରାନ୍ସ’: ମାଫିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ – “ସୁଧୁର, ନଚେତ୍ ବୁଲଡୋଜର ଆକ୍ସନ୍ ପାଇଁ ପ୍ରସ୍ତୁତ ରୁହ!”
ପ୍ରଶାନ୍ତ କିଶୋରଙ୍କୁ ଜିତାଇଦେଲେ Gen-Z? ହେଲା ବଡ଼ ଖୁଲାସା…