ଦାଦାବଟି ନଦେବାରୁ ପଡ଼ୋଶୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ କେ. ନୂଆଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗଞ୍ଜାମ ଜିଲା ଦିଗପହଣ୍ଡି ଅନ୍ତର୍ଗତ କେ. ନୂଆଗାଁ ପୋଲିସ ଶନିବାର ଚାନ୍ଦପୁର ପଞ୍ଚାୟତ ପତ୍ରଚୁଡ଼ି ଗ୍ରାମର ବନବିହାରୀ ଗୌଡ଼ଙ୍କୁ ଗିରଫ କରି କୋର୍ଟକୁ ପଠାଇଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ପ୍ରକାଶ ଯେ, ପତ୍ରଚୁଡ଼ି ଗ୍ରାମର ନୂଆସାହିର କୃଷ୍ଣଚନ୍ଦ୍ର ପ୍ରଧାନ ଚିକିଟି ବ୍ଲକ ପକ୍ଷରୁ ପଞ୍ଚଦଶ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ରାସ୍ତା କାମ ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ଗତ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟାରେ କୃଷ୍ଣଚନ୍ଦ୍ରଙ୍କୁ ତାଙ୍କ ପଡ଼ୋଶୀ ବନବିହାରୀ ଉକ୍ତ ପ୍ରକଳ୍ପ କାମରୁ ୩୦ ପ୍ରତିଶତ ଟଙ୍କା ଦାଦାବଟି ଦେବାକୁ ବାଧ୍ୟ କରିଥିଲେ। ସେ ପ୍ରତିବାଦ କରିବାରୁ ଦାଦାବଟି ନଦେଲେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ବନବିହାରୀ ଘଟଣାଦିନ ରାତି ପ୍ରାୟ ସାଢ଼େ ୧୦ଟାରେ ପୁଣିଥରେ କୃଷ୍ଣଚନ୍ଦ୍ରଙ୍କ ମୋବାଇଲକୁ ଫୋନ୍ କରି ଟଙ୍କା ନଦେଲେ ହତ୍ୟା କରିବାକୁ ଧମକ ଦେଇଥିଲେ।
ଏନେଇ କୃଷ୍ଣଚନ୍ଦ୍ର ଘଟଣାର ପରଦିନ କେ. ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଆଇଆଇସି ବିଶ୍ୱଜିତ ନାୟକ ଏତଲାକୁ ଭିତ୍ତିକରି ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ଭାରତୀୟ ନ୍ୟାୟ ସଂହିତାର ଦଫା ୧୨୬(୨), ୨୯୬, ୩୦୮(୫), ୩୫୧(୨) ଏବଂ ୩୫୧(୩) ଅନୁଯାୟୀ ମାମଲା ରୁଜୁ ହୋଇଥିବାବେ

More Stories
ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ
ବସଷ୍ଟାଣ୍ଡ ନାହିଁ, ରାଜପଥରେ ‘ଆମ ବସ’ ପାର୍କିଂ ଯୋଗୁ ବଢୁଛି ଟ୍ରାଫିକ ସମସ୍ୟା
ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ