August 8, 2026

Now Odisha

Now Odisha

ସୁନାଗହଣା ଚୋରି ଘଟଣାର ପର୍ଦ୍ଦାଫାଶ: ପୋଲିସ ଭିଣୋଇଙ୍କୁ ଗିରଫ କରି…

Spread the love

ସୁନାଗହଣା ଚୋରି ଘଟଣାର ପର୍ଦ୍ଦାଫାଶ: ପୋଲିସ ଭିଣୋଇଙ୍କୁ ଗିରଫ କରି…ଆର୍‌.ଉଦୟଗିରି ଥାନା ପୋଲିସ ଏକ ସୁନା ଗହଣା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି। ଆର୍‌ ଉଦୟଗିରି ଖ୍ରୀଷ୍ଟିଆନ ସାହି ବାସିନ୍ଦା ଝୁମ୍ପି ରଇତ ଗୁରୁବାର ତାଙ୍କ ବଡ଼ବାପାଙ୍କ ଅସୁସ୍ଥତା ଖବର ପାଇ ସ୍ବାମୀଙ୍କ ସହ ଲୁହାଖୁଣ୍ଟି ଗ୍ରାମକୁ ଯାଇଥିଲେ। ସେହି ସମୟରେ ଘରେ ରଖିଥିବା ପ୍ରାୟ ଦେଢ଼ ଭରି ସୁନା ହାର ଓ ୧୨ ଅଣା ଓଜନର ସୁନା କାନଫୁଲ ଚୋରି ହୋଇଯାଇଥିଲା।
ଝୁମ୍ପି ରଇତଙ୍କ ଥାନାରେ ଅଭିଯୋଗ ଆଧାରରେ ଆର୍‌.ଉଦୟଗିରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଅଭିଯୋଗ କରିଥିବା ଝୁମ୍ପି ରଇତଙ୍କ ଭିଣୋଇ ସମୀର ଲିମା ଏହି ଚୋରି କରିଥିବା ଜଣାପଡ଼ିଥିଲା। ଅଭିଯୁକ୍ତଠାରୁ ପୋଲିସ ଚୋରି ହୋଇଥିବା ସୁନାକୁ ଜବତ କରିବା ସହ ଅଭିଯୁକ୍ତ ସମୀର ଲିମାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପଟେ ଜବତ ହୋଇଥିବା ସମସ୍ତ ସୁନା ଝୁମ୍ପୀ ରଇତଙ୍କୁ ଦିଆଯିବ ବୋଲି ଆର୍‌ ଉଦୟଗିରି ଥାନା ଅଧିକାରିଣୀ କଳ୍ପଲତା ପ୍ରଧାନ ସୂଚନା ଦେଇଛନ୍ତି।

error: Content is protected !!