—ବିଶ୍ଵ ପ୍ରସିଦ୍ଧ କଟକ ବାଲିଯାତ୍ରା ପାଇଁ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୨୬ରୁ ପ୍ଲଟ ଲାଗି ଆବେଦନ ଆରମ୍ଭ ହେବ। ଏ ନେଇ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲାପାଳ।
ପ୍ରଶାସନ ପକ୍ଷରୁ ଆୟୋଜିତ ବାଲିଯାତ୍ରା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ଏଡିଏମ କହିଛନ୍ତି ଯେ, ଚଳିତବର୍ଷ କେବଳ ତଳ ପଡ଼ିଆରେ ବାଲିଯାତ୍ରା ହେବ। ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ହେବନାହିଁ। ପ୍ଲଟ ପାଇଁ ଆବେଦନକାରୀମାନେ ବାରବାଟୀ ପ୍ୟାଲେସରୁ ଆବେଦନପତ୍ର ସଂଗ୍ରହ କରିବା ସହିତ ସେହିଠାରେ ଦାଖଲ ବି କରିପାରିବେ। କାଲିଠାରୁ ଅକ୍ଟୋବର ୯ ତାରିଖ ମଧ୍ୟରେ ୧୦୦ ଟଙ୍କାରେ ଆବେଦନପତ୍ର ମିଳିବ। ଜଣେ ବ୍ୟକ୍ତି ବା ଅନୁଷ୍ଠାନ ସର୍ବାଧିକ ୩ଟି ପ୍ଲଟ ପାଇଁ ଆବେଦନ କରିପାରିବେ। ଗୋଟିଏ ପ୍ଲଟ ପାଇଁ ଏକାଧିକ ଆବେଦନ ଥିଲେ ନିଲାମ ଜରିଆରେ ତାହାକୁ ଆବଣ୍ଟନ କରାଯିବ। ପ୍ଲଟ ପିଛା ପ୍ରାରମ୍ଭିକ ପଞ୍ଜୀକରଣ ରାଶି ୫ ହଜାର ଟଙ୍କା ରହିବ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…