ପାକିସ୍ତାନ: ବିରିୟାନିରେ ମିଳିଲାନି ମଟନ । ଆଉ ମଟନ ନମିଳିବାରୁ ହେଲା ଭୟଙ୍କର ଗଣ୍ଡଗୋଳ । ବିବାହ ଭୋଜି ଖାଇବା ସମୟରେ ଖାଇବାରେ ମଟନ ନମିଳିବାରୁ ଅତିଥିଙ୍କର ରାଗ ମୁଣ୍ଡକୁ ଚଢ଼ିଗଲା । ଆଉ ପରେ ଏପରି କିଛି ହୋଇଥିଲା ଯାହା ଆପଣ ବିଶ୍ୱାସ କରି ପାରିବେନି ।ବିବାହ ଭୋଜିରେ ଅତିଥିମାନଙ୍କ ପାଇଁ ସ୍ୱାଦିଷ୍ଟ ଭୋଜନ ରନ୍ଧା ଯାଇଥାଏ । ତେବେ ବର୍ତ୍ତମାନ ବିରିୟାନି ଟ୍ରେଣ୍ଡିଂରେ ଚାଲୁଛି । ତେଣୁ ବିବାହ ସମାରୋହରେ ମେନ କୋର୍ସ ବିରିୟାନି ରଖାଯାଉଛି । ତେବେ ଏହି ବିରିୟାନୀକୁ ନେଇ ଏକ ବିବାହରେ ବଡ଼ ଧରଣର ଗଣ୍ଡଗୋଳ ହୋଇଥିଲା । ସାମାନ୍ୟ ବିରିୟାନି ପାଇଁ ପରସ୍ପରକୁ ମାରପିଟ କରିବାକୁ ପଛାଇଲେନି କିଛି ଅତିଥି । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ‘ଘର କେ କଲସ’ ନାମକ ଏକ ଟ୍ଵିଟର ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି ।ଏଭଳି ଏକ ବିଚିତ୍ର ଘଟଣା ପାକିସ୍ତାନରୁ ସାମ୍ନାକୁ ଆସିଛି । ଏକ ବିବାହ ସମାରୋହରେ ବିରିୟାନି ନମିଳିବାରୁ ଭୟଙ୍କର ଗଣ୍ଡଗୋଳ ହୋଇଥିଲା ଯାହାର ଭିଡିଓ ବିର୍ତ୍ତମାନ ଭାଇରାଲ ହେଉଛି । ପୂର୍ବରୁ ଟ୍ୱିଟର ଭାବରେ ଜଣାଶୁଣା ବର୍ତ୍ତମାନ X ନାମକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଛଅ ମିନିଟର ଭିଡିଓ ପୋଷ୍ଟ କରାଯାଇଛି । ବିବାହ ସମାରୋହରେ ଯୋଗ ଦେଇଥିବା ଜଣେ ବ୍ୟକ୍ତିଙ୍କ ବିରିୟାନିରେ ପର୍ଯ୍ୟାପ୍ତ ପରିମାଣର ମଟନ ନଥିଲା, ଫଳରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ଏବଂ ଲୋକମାନେ ପରସ୍ପର ଉପରେ ଚେୟାର ଫିଙ୍ଗି ଝଗଡ଼ା କରୁଥିଲେ ।ଭାଇରାଲ ହୋଇଥିବା ଭିଡିଓରେ ଏକ ଧଳା ଟେଣ୍ଟ ନିର୍ମାଣ କରାଯାଇଥିଲା ଯେଉଁଥିରେ ମହିଳା ଏବଂ ପୁରୁଷଙ୍କ ଖାଇବା ସ୍ଥାନକୁ ଅଲଗା କରାଯାଇଥିଲା । ଭିଡିଓରେ ଝଗଡ଼ା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଜଣେ ବ୍ୟକ୍ତି ଖାଇବା ଟେବୁଲ ନିକଟକୁ ଆସି ଜଣେ ଅତିଥିଙ୍କ ଟୋପି କାଢ଼ି ଫୋପାଡି ଦେଇଥିଲେ । କିଛି ସମୟ ମଧ୍ୟରେ ସେହି ସ୍ଥାନରେ ପରିବେଶ ଭୟଙ୍କର ହୋଇଥିଲା ଏବଂ ଅତିଥିମାନେ ପରସ୍ପରକୁ ଚେୟାର ଫୋପାଡ଼ି ମାରିବାକୁ ଆରମ୍ଭ କରିଥିଲେ । କିଛି ମହିଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ । ତେବେ କିଛି ସମୟ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।ଯଦିଓ ଝଗଡା କାହିଁକି ହୋଇଛି ତାହାର କୌଣସି ସ୍ପଷ୍ଟ କାରଣ ନାହିଁ, କିନ୍ତୁ ଘର କେ କଲେସ ନାମକ ଆକାଉଣ୍ଟରୁ ଭାଇରାଲ ହୋଇଥିବା ଏହି ପୋଷ୍ଟରେ ବିରିୟାନି ନମିଳିଥିବାରୁ ଗଣ୍ଡଗୋଳ ହୋଇଥିବା କୁହାଯାଇଛି । ବୋଲ୍ଟନର ରେଜିଣ୍ଟ ହଲରେ ଏହି ଘଟଣା ଘଟିଥିବା ଜଣାଯାଇଛି । ଏହି ଘଟଣା ୨୯ ଅଗଷ୍ଟ ୨୦୨୩ରେ, ୮ଟା ୪ ମିନିଟ ସମୟରେ ପୋଷ୍ଟ କରାଯାଇଛି । ସେୟାର ହେବା ପରଠାରୁ ଏହି କ୍ଲିପ୍ କୁ ୩ ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଅନେକ ଲାଇକ୍ ସହ ୟୁଜରମାନେ କମେଣ୍ଟ ମଧ୍ୟ ଦେଉଛନ୍ତି ।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ବଢ଼ିଲା କମର୍ସିଆଲ ଗ୍ୟାସ ଦର
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ