September 11, 2026

Now Odisha

Now Odisha

ଲଦାଖକୁ ରାଜ୍ୟ ମାନ୍ୟତା ଦାବି ନେଇ ଆରମ୍ଭ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେବାରୁ ପରିବେଶବିତ୍‌ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରିଛି ପୁଲିସ୍‌। ରାଜ୍ୟ ମାନ୍ୟତା ଦାବିରେ ସାମିଲ ହୋଇଥିବା ବିକ୍ଷୋଭକାରୀଙ୍କୁ ୱାଙ୍ଗଚୁକ(Sonam Wangchuk) ନିଜ ଭାଷଣ ଜରିଆରେ ଉସକାଇଥିବା ଅଭିଯୋଗ ହୋଇଛି। ତାଙ୍କ ଭାଷଣ ଯୋଗୁ ବିକ୍ଷୋଭକାରୀମାନେ ଉଗ୍ର ରୂପ ଧାରଣ କରି ବ୍ୟାପକ ପୋଡ଼ାଜଳା ଓ ହିଂସକାଣ୍ଡ ଘଟାଇଥିଲେ।ଏଥିଯୋଗୁ ଅନେକ ପୁଲିସ୍‌ ଓ ସିଆରପିଏଫ ଯବାନ ଆହତ ହୋଇଥିଲେ। ସେହିପରି ପୁଲିସ୍‌ର ପାଲଟା କାର୍ଯ୍ୟାନୁଷ୍ଠାନରେ ୪ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ପୂରା ଲଦାଖରେ କର୍ଫ୍ୟୁ ଲାଗୁ କରାଯାଇଥିଲା। ଏବେ ଏହି ହିଂସାକାଣ୍ଡକୁ ଉସକାଇବା ଅଭିଯୋଗରେ ୱାଙ୍ଗଚୁକ ଗିରଫ ହୋଇଛନ୍ତି। ତାଙ୍କୁ ଜାତୀୟ ସୁରକ୍ଷା ଆଇନ ବା ଏନଏସଏ ବଳରେ ଗିରଫ କରାଯାଇଛି। ଏହାର ଦିନକ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୱାଙ୍ଗଚୁକଙ୍କ ଅଣ ଲାଭକାରୀ ‘Students Educational and Cultural Movement of Ladakh’ (SECMOL) ପଞ୍ଜିକରଣକୁ ରଦ୍ଦ କରିଥିଲେ। ବିଦେଶୀରୁ ପାଣ୍ଠି ସଂଗ୍ରହ ଆଇନ ବଳରେ ଏହାର ଲାଇସେନ୍ସକୁ ବାତିଲ କରାଯାଇଥିଲା। ସେହିପରି ବିଦେଶୀରୁ ପାଣ୍ଠି ସଂଗ୍ରହରେ ବ୍ୟାପକ ହେରଫେର ଅଭିଯୋଗ ମଧ୍ୟ ୱାଙ୍ଗଚୁକଙ୍କ ବିରୋଧରେ ଆସିଛି। ଏହାର ତଦନ୍ତ ଏବେ ସିବିଆଇ ଆରମ୍ଭ କରିଛି।

Spread the love
error: Content is protected !!