January 26, 2026

Now Odisha

Now Odisha

 ୨୦ରେ ଅମାବାସ୍ୟା ଓ ପୟାଶ୍ରାଦ୍ଧ. ଦୀପାବଳିରେ ହିଁ ହେବ ପୟାଶ୍ରାଦ୍ଧ. ୨୧ତାରିଖରେ ଦୀପାବଳି ଓ ପୟା ଶ୍ରାଦ୍ଧକୁ ବାରଣମୁକ୍ତିମଣ୍ଡପ ପଣ୍ଡିତ ସଭାର ସାମ୍ବାଦିକ ସମ୍ମିଳନୀରେ ସୂଚନା୨୦ ଓ ୨୧ ତାରିଖକୁ...

ଦେଶର ଅଷ୍ଟମ ଜୈବମଣ୍ଡଳ ଭାବେ ପରିଚିତ ମୟୂରଭଞ୍ଜ ଜିଲାରେ ଥିବା ଶିମିଳିପାଳ ପର୍ଯ୍ୟଟକଙ୍କ ସକାଶେ ଆଜିଠୁ ଖୋଲିଛି । ଅଭୟାରଣ୍ୟକୁ ଦୁଇଟି ଗେଟ୍ ଦେଇ ପ୍ରବେଶ କରୁଛନ୍ତି...

ଦେଶର ଅଷ୍ଟମ ଜୈବମଣ୍ଡଳ ଭାବେ ପରିଚିତ ମୟୂରଭଞ୍ଜ ଜିଲାରେ ଥିବା ଶିମିଳିପାଳ ପର୍ଯ୍ୟଟକଙ୍କ ସକାଶେ ଆଜିଠୁ ଖୋଲିଛି । ଅଭୟାରଣ୍ୟକୁ ଦୁଇଟି ଗେଟ୍ ଦେଇ ପ୍ରବେଶ କରୁଛନ୍ତି...

କମ୍ପୁଛି ନୂଆପଡା । ଆଜି ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । ଆଜି ମଧ୍ୟାହ୍ନରେ ଉପଜିଲ୍ଲାପାଳଙ୍କ...

୧୮।୧୦: ପଞ୍ଜାବର ସିରହିନ୍ଦ ରେଳ ଷ୍ଟେଶନ ନିକଟରେ ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଟଳି ଯାଇଛି। ଅମୃତସରରୁ ସହରସା ଯାଉଥିବା ଗରିବ ରଥ ଏକ୍ସପ୍ରେସରେ ହଠାତ୍‌...

ସୀମାରେ ୩ ଜଣ ବାଂଲାଦେଶୀ ଚୋରଙ୍କୁ ହତ୍ୟା। ଏହି ବାଂଲାଦେଶୀମାନେ ସୀମାନ୍ତରେ ବୁଲୁଥିବା ଗାଁ ଲୋକଙ୍କ ଗୃହପାଳିତ ପଶୁଙ୍କୁ ଚୋରି କରିବାକୁ ଉଦ୍ୟମ କରୁଥିଲେ। ଏହାକୁ ବିରୋଧ କରିବାରୁ ସେମାନେ ଜଣେ ଗ୍ରାମବାସୀଙ୍କୁ ହତ୍ୟା ମଧ୍ୟ କରିଛନ୍ତି। ଏଥିରେ ରାଗି ଯାଇ ଗାଁର ଅନ୍ୟ ଲୋକମାନେ ୩ ବାଂଲାଦେଶୀଙ୍କୁ ପିଟିପିଟି ମାରି ଦେଇଛନ୍ତି।ଅକ୍ଟୋବର ୧୫ରେ ତ୍ରିପୁରା ସୀମାନ୍ତରେ ପୂରା ଘଟଣା ଘଟିଥିବା ବେଳେ ଏହାକୁ ନେଇ ଭାରତ ଓ ବାଂଲାଦେଶ ମଧ୍ୟରେ କୂଟନୀତିକ ବିବାଦ ତୀବ୍ର ହୋଇଛି। ବାଂଲାଦେଶ ପକ୍ଷରୁ ମୃତକଙ୍କ ପାଇଁ ନ୍ୟାୟ ଦାବି କରାଯାଇଛି। ଏଥିସହ ଘଟଣାର ତୁରନ୍ତ, ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ପାଇଁ ବାଂଲାଦେଶ କହିଛି।ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ୩ ବାଂଲାଦେଶୀଙ୍କ ମୃତ୍ୟୁର ପ୍ରତବାଦ ଢାକା ପକ୍ଷରୁ କୂଟନୀତିକ ସ୍ତରରେ କରାଯାଇଛି। ବାଂଲାଦେଶ ବିଦେଶ ମନ୍ତ୍ରଣାଳୟ ଘଟଣାକୁ ଅତ୍ୟନ୍ତ ନୃଶଂସ, ଅଗ୍ରହଣୀୟ ଓ ମାନବାଧିକାରର ଉଲ୍ଲଙ୍ଘନ।ତେବେ ବାଂଲାଦେଶର ଏପରି ଅପ୍ରଚାରକୁ ଅଗ୍ରାହ୍ୟ କରିଛି ଭାରତର ବୈଦେଶିକ ମନ୍ତ୍ରଣାଳୟ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପୂରା ଘଟଣା ଭାରତୀୟ ଅଞ୍ଚଳର ୩ କିମି ଭିତରେ ଘଟିଛି। ଏଠାରେ ବେଆଇନ ପ୍ରବାସୀମାନେ ସ୍ଥାନୀୟ ବିଦ୍ୟାବିଲ ଗାଁରୁ ପଶୁ ଚୋରି କରିବାକୁ ଚେଷ୍ଟା କରୁଥିଲେ। ଗାଁ ଲୋକମାନେ ଏହାକୁ ବିରୋଧ କରିବାରୁ ସେମାନେ ଧାରୁଆ ଅସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲେ। ଏହାର ଜବାବ ଗାଁ ଲୋକମାନେ ଦେଇଥିଲେ।ଏଥିରେ ଜଣେ ଗାଁ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି। କିଛି ଗ୍ରାମବାସୀ ଆହତ ହୋଇଛନ୍ତି। ୩ ପ୍ରବାସୀ ଓ ଗାଁ ଲୋକଙ୍କ ବିବାଦ ଖବର ପାଇ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଥିଲା। ପ୍ରଶାସନ ପହଞ୍ଚିଲା ବେଳକୁ ୨ ଜଣ ପ୍ରବାସୀଙ୍କ ମୃତ୍ୟୁ ହୋଇସାରିଥିଲା। ତୃତୀୟ ବ୍ୟକ୍ତିଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସମସ୍ତ ମୃତଦେହକୁ ବାଂଲାଦେଶ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିବା ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି।ଭାରତ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତିବଦ୍ଧ। ଚୋରା ଚାଲାଣ ରୋକିବା ପାଇଁ ଭାରତ ସୀମାରେ ଗ୍ରହଣ କରିଥିବା କାର୍ଯ୍ୟକ୍ରମକୁ ବାଂଲାଦେଶ ମଧ୍ୟ ସମର୍ଥନ କରିବା ଦରକାର ବୋଲି ମଧ୍ୟ ଜୈସୱାଲ କହିଛନ୍ତି।

ଆଗାମୀ ନିର୍ବାଚନ ସମୟରେ ଅର୍ଥ, ନିଶାଦ୍ରବ୍ୟ ଏବଂ ଅନ୍ୟାନ୍ୟ ପ୍ରଲୋଭନର ଗତିବିଧିକୁ ରୋକାଯିବ। ଏଥିଲାଗି ଭାରତ ନିର୍ବାଚନ ଆୟୋଗ(ଇସିଆଇ) ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ମୁଖ୍ୟଙ୍କ ସହିତ ଶୁକ୍ରବାର ବୈଠକ...

ଜନଗଣନା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି…ନୂଆଦିଲ୍ଲୀ,୧୭ା୧୦: କେନ୍ଦ୍ର ସରକାର ଜନଗଣନା ୨୦୨୭ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନାଗରିକମାନେ ନଭେମ୍ବର ୧ ରୁ ୭ ମଧ୍ୟରେ ଡିଜିଟାଲ୍‌ ମାଧ୍ୟମରେ ନିଜର ବ୍ୟକ୍ତିଗତ ତଥ୍ୟ ଦାଖଲ କରିପାରିବେ ବୋଲି ଘୋଷଣା କରାଯାଇଛି।ଶୁକ୍ରବାର ଜାରି ଏକ ଗେଜେଟ୍‌ ବିଜ୍ଞପ୍ତିରେ ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା କମିଶନର ମୃତ୍ୟୁଞ୍ଜୟ କୁମାର ନାରାୟଣ କହିଛନ୍ତି, ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଅର୍ଥାତ୍‌ ଗୃହତାଲିକା ଓ ଗୃହ ଜନଗଣନାର ପ୍ରାକ୍‌-ପରୀକ୍ଷଣ (ପ୍ରି-ଟେଷ୍ଟ) ନଭେମ୍ବର ୧୦ରୁ ୩୦, ୨୦୨୫ ମଧ୍ୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିର୍ଦ୍ଦିଷ୍ଟ ନମୁନା ଅଞ୍ଚଳରେ କରାଯିବ। ଏହି ପରୀକ୍ଷଣ ପାଇଁ ଗୃହ ମନ୍ତ୍ରଣାଳୟ ଜନଗଣନା ଆଇନ, ୧୯୪୮ର ଧାରା ୧୭ଏ ଅଧୀନରେ ବ୍ୟବସ୍ଥା ସମ୍ପ୍ରସାରିତ କରିଛି।ଏହି ପ୍ରାକ୍‌-ପରୀକ୍ଷଣ ଜନଗଣନାର କାର୍ଯ୍ୟକାରିତା, ତ୍ରୁଟି ଚିହ୍ନଟ ଓ ପଦ୍ଧତି ଉନ୍ନତିକରଣ ପାଇଁ କରାଯିବ। ଜନଗଣନା ୨୦୨୭ ଏପ୍ରିଲ ୧, ୨୦୨୬ରୁ ଫେବୃଆରୀ ୨୮, ୨୦୨୭ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମରେ ଗୃହତାଲିକା (ଏଚଏଲଓ) ଓ ଦ୍ୱିତୀୟରେ ଜନସଂଖ୍ୟା ଗଣନା (ପିଇ)। ଏହା ଭାରତର ପ୍ରଥମ ଡିଜିଟାଲ୍‌ ଜନଗଣନା ହେବ, ଯେଉଁଥିରେ ପ୍ରଥମ ଥର ପାଇଁ ନାଗରିକଙ୍କ ଜାତି ତଥ୍ୟ ସଂଗ୍ରହ କରାଯିବ।ପ୍ରଥମ ପର୍ଯ୍ୟାୟରେ ଗୃହତାଲିକା ମାଧ୍ୟମରେ ଗୃହର ଅବସ୍ଥା, ସମ୍ପତ୍ତି ଓ ସୁବିଧା ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ଫେବୃଆରୀ ୧, ୨୦୨୭ରୁ ଆରମ୍ଭ ହେବ, ଯେଉଁଥିରେ ଜନସାଧାରଣଙ୍କର ଜନସାଂଖ୍ୟିକ, ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ତଥ୍ୟ ସଂଗ୍ରହ କରାଯିବ।ଜନଗଣନାର ରେଫରେନ୍ସ ତାରିଖ ସାରା ଭାରତ ପାଇଁ ମାର୍ଚ୍ଚ ୧, ୨୦୨୭ ହେବ, କିନ୍ତୁ ଲଦାଖ ଏବଂ ଜାମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ହିମାଚ୍ଛାଦିତ ଅଞ୍ଚଳ ପାଇଁ ଏହା ଅକ୍ଟୋବର ୧, ୨୦୨୬ ହେବ।ଏହି ବିଶାଳ ତଥ୍ୟ ସଂଗ୍ରହ ପାଇଁ ୩୪ ଲକ୍ଷରୁ ଅଧିକ ଗଣନାକାରୀ ଓ ସୁପରଭାଇଜର ଏବଂ ପ୍ରାୟ ୧.୩ ଲକ୍ଷ ଜନଗଣନା କର୍ମଚାରୀ ନିୟୋଜିତ ହେବେ। ଏହା ଭାରତର ୧୬ତମ ଜନଗଣନା ଓ ସ୍ୱାଧୀନତା ପରେ ଅଷ୍ଟମ ଜନଗଣନା ହେବ। ୨୦୧୧ରେ ଶେଷ ଜନଗଣନା ହୋଇଥିବା ବେଳେ ୨୦୨୧ରେ କୋଭିଡ-୧୯ ମହାମାରୀ ଯୋଗୁଁ ଏହା ସ୍ଥଗିତ ରହିଥିଲା।ଜନଗଣନା ୨୦୨୭ ଭାରତର ସବୁଠାରୁ ବ୍ୟାପକ ଓ ପ୍ରଯୁକ୍ତିଗତ ଭାବେ ଉନ୍ନତ ତଥ୍ୟ ସଂଗ୍ରହ କାର୍ଯ୍ୟକ୍ରମ ହେବ, ଯାହା ଦେଶର ଜନସାଂଖ୍ୟିକ, ସାମାଜିକ ଓ ଅର୍ଥନୈତିକ ଚିତ୍ରକୁ ବିସ୍ତୃତ ଭାବେ ଉପସ୍ଥାପନ କରିବ।

ଭାରତୀୟ ସ୍ଥଳ ସେନାର କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ। ଆସାମ ର କାକୋପଥର ଅଞ୍ଚଳରେ ଥିବା ସେନା କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଆଖି ବୁଜା ଗୁଳିମାଡ଼ କରିଛନ୍ତି। ରାତି ପ୍ରାୟ ୧୨.୩୦ରେ ଆତଙ୍କବାଦୀ ମାନେ ଗୋଟିଏ ଚଳନ୍ତା ଗାଡ଼ିରୁ ଯବାନଙ୍କୁ ଟାର୍ଗେଟ କରିଥିଲେ। ସେଠାରେ ମୁତୟନ ଥିବା ଯବାନମାନେ ଏହାର ତୁରନ୍ତ ଜବାବ ଦେବାରୁ ଆତଙ୍କବାଦୀମାନେ ସେମାନଙ୍କ ଉଦ୍ଦେଶ୍ୟରେ ସଫଳ ହୋଇ ନାହାନ୍ତି।ସ୍ଥାନୀୟ ଅଞ୍ଚଳରେ ଥିବା ସାଧାରଣ ଲୋକମାନେ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। ତେବେ ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ୩ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଆତଙ୍କବାଦୀମାନେ ୩ଟି ଅଣ୍ଡ ବାରେଲ ଗ୍ରେନେଡ ଲଞ୍ଚର୍ସ ଦ୍ୱାରା ଆକ୍ରମଣ କରିବା ପରେ ଗୁଳି ମାଡ଼ କରିଥିଲେ। ପ୍ରାୟ ଅଧା ଘଣ୍ଟା ଧରି ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀମାନେ ବଡ଼ ଧରଣର କ୍ଷତି ଘଟାଇବାକୁ ଯୋଜନା କରିଥିଲେ ହେଁ ୩ ଜଣ ଯବାନ ସାମାନ୍ୟ ଆହତ ହୋଇଥିବା ସେନା ପକ୍ଷରୁ କୁହାଯାଇଛି।ସେନା ପକ୍ଷରୁ କୁହାଯାଇଛି ଯେ କୌଣସି ଯବାନ ଗୁରୁତର ଆହତ ହୋଇ ନାହାନ୍ତି। ସେମାନଙ୍କ ଆହତ ସମସ୍ୟା ସମାନ୍ୟ ରହିଛି। ପୂରା ଅଞ୍ଚଳରେ ପୁଲିସ୍‌ ସହ ମିଶି ସର୍ଚ୍ଚ ଅପରେଦନ କରାଯାଇଛି। ତଥାପି ଆତଙ୍କବାଦୀମାନେ ରାତିର ଅନ୍ଧକାରରେ ଖସି ଯିବାକୁ ସକ୍ଷମ ହୋଇଛନ୍ତି।

ନୂଆଦିଲ୍ଲୀ: ଦୁର୍ନୀତି ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ଆଇପିଏସ୍ ହେଉଛନ୍ତି ହରଚରଣ ସିଂହ ଭୁଲାର...

error: Content is protected !!