March 15, 2026

Now Odisha

Now Odisha

Year: 2025

ବଲାଙ୍ଗୀର : ସରକାରୀ ପାଣ୍ଠି ହେରଫେର ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକର କନିଷ୍ଠ ଯନ୍ତ୍ରୀ (JE) ଜୟନାରାୟଣ ବାଗ୍‌ଙ୍କୁ ଗିରଫ କରାଯାଇଛି। ସେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାୟ ୨୨ ଲକ୍ଷ ୧୬ ହଜାର ୭୨ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।ଜୟନାରାୟଣ ବଙ୍ଗୋମୁଣ୍ଡା ବ୍ଲକ୍ ଅନ୍ତର୍ଗତ ବେଲପଡା ଜି.ପି. ଅଞ୍ଚଳରେ ପୋଖରୀ (ଟାଙ୍କି) ପୁନରୁଦ୍ଧାର କାର୍ଯ୍ୟରେ ମିଥ୍ୟା ମଷ୍ଟର ରୋଲ୍ ପ୍ରସ୍ତୁତ କରି, ଅତିରିକ୍ତ ମାପ ରେକର୍ଡ କରି, ଏବଂ କାର୍ଯ୍ୟ ନକରି ସରକାରୀ ଅର୍ଥର ହେରଫେର କରିଛନ୍ତି।ଭିଜିଲାନ୍ସର ତଦନ୍ତରୁ ଜଣାପଡିଛି ଯେ, ମୋଟ୍ ପାଞ୍ଚୋଟି ପୋଖରୀ ମଧ୍ୟରୁ ଗୋଟିଏ ପୋଖରୀ ୨୦୨୩-୨୪ରେ ପୁନରୁଦ୍ଧାର ହୋଇଥିବା ଦର୍ଶାଯାଇଥିଲେ ମଧ୍ୟ, ସେହି ପୋଖରୀଟି ବାସ୍ତବରେ ଅସ୍ତିତ୍ୱରେ ନାହିଁ।ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ପି.ଏସ୍.ରେ ମାମଲା ନମ୍ବର ୨୩ (ତା. ୯.୧୧.୨୫) ଅନୁଯାୟୀ, ଦୁର୍ନୀତି ନିବାରଣ ଆଇନ (PC Amendment Act, 2018) ର ବିଭିନ୍ନ ଧାରାରେ କନିଷ୍ଠ ଯନ୍ତ୍ରୀ ବାଗ୍‌ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।ଗିରଫ ପରେ ଆଜି ତାଙ୍କୁ ବଲାଙ୍ଗୀର ସ୍ପେଶାଲ୍ ଜଜ୍, ଭିଜିଲାନ୍ସ କୋର୍ଟକୁ ପଠାଯାଉଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି।

ପାକ୍ ଆତଙ୍କୀ ସଂଗଠନ #ଜୈସେଏମହମ୍ମଦ୍ ସମ୍ପର୍କରେ ଥିବା ଜଣେ ମହିଳା ଡାକ୍ତରଙ୍କ ସମେତ ୪ ଜଣ ଡାକ୍ତର ଆଜି ଗିରଫ ହୋଇଛନ୍ତି ! ସେମାନଙ୍କ ମଧ୍ୟରେ ଅଛନ୍ତି...

ନୂଆପଡ଼ା : ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଅନୁଷ୍ଠିତ ହେବ ନୂଆପଡ଼ା ଉପନିର୍ବାଚନ। ଏନେଇ ପୋଲିଂ ପାର୍ଟି ହେଲିକପ୍ଟରରେ ନୂଆପଡ଼ା ଯିବେ ବୋଲି ବ୍ୟବସ୍ଥା କରାଯାଇଛି। ସୁନାବେଡ଼ା ପୋଲିଂ ପାର୍ଟି ପାଇଁ ୨ଟି ସ୍ବତନ୍ତ୍ର ହେଲିକପ୍ଟର ବ୍ୟବସ୍ଥା କରାଯାଇଛି। ଏହି ହେଲିକପ୍ଟର ଗୋତମା ଏୟାରପୋର୍ଟରୁ ସୋମବାର ୧୧.୩୦ରୁ ୧୧.୪୫ ମଧ୍ୟରେ ସୁନାବେଡ଼ା ଅଭିମୁଖେ ଉଡ଼ାଣ କରିବ। ମାଓବାଦୀ ପ୍ରବଳ ଅଞ୍ଚଳ ହୋଇଥିବାରୁ ଏଠାକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି।ଏହି ନିର୍ବାଚନମଣ୍ଡଳୀରେ ମୋଟ ୩୫୮ଟି ବୁଥ ରହିଥିବାବେଳେ ସେଥିମଧ୍ୟରୁ ୧୦୧ ଗୁରୁତ୍ୱପୂର୍ଣ୍ଣ ବୁଥ୍‌। ଏହି ୧୦୧ ବୁଥ୍‌ ମଧ୍ୟରୁ ୪୭ ମାଓବାଦୀ ପ୍ରଭାବିତ ଅଞ୍ଚଳରେ, ୫୪ଟି ଆଇନଶୃଙ୍ଖଳା ପ୍ରଭାବିତ ଅଞ୍ଚଳରେ ରହିଛି। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଥିବା ବୁଥ୍‌ ମଧ୍ୟରୁ ୮ଟି ଦୁର୍ଗମ ପାହାଡ଼ ଅଞ୍ଚଳରେ ରହିଛି। ସେଗୁଡ଼ିକ ହେଲା, ୩୨୦ ସୋସେଙ୍ଗ, ୩୨୧ ସୋସେଙ୍ଗ-୨, ୩୨୨ ଦେଓସିଲ, ୩୨୪ ସୁନାବେଡ଼ା-୧, ୩୨୫ ସୁନାବେଡ଼ା-୧(କ), ୩୨୬ ଜାମଗାଁ, ୩୨୭ ଗତିବେଡା ଓ ୩୨୮ ଗତିବେଡା-୨। ଏହିସବୁ ଭୋଟ କେନ୍ଦ୍ରକୁ ପୋଲିଂ ପାର୍ଟି ହେଲିକପ୍ଟର ଯୋଗେ ଯାଇ ଭୋଟ ଗ୍ରହଣ କରିବେ। ୮ଟି ବୁଥ ପାଇଁ ୪୮ ଜଣ ପୋଲିଂପାର୍ଟି ଯିବେ। ସେଠାରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଅନ୍ୟ ସାଧାରଣ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଚାଲିବ।

ସନ୍ଦେହ ଉଜାଡ଼ି ଦେଇଛି ସୁନାର ସଂସାର। ସ୍ୱାମୀ-ସ୍ତ୍ରୀ ହୋଇ ଦୀର୍ଘ ବର୍ଷ ରହିବା ସତ୍ତ୍ୱେ ପରସ୍ପରକୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ। ପର ପୁରୁଷଙ୍କ ସହ ପତ୍ନୀ ଅନୈତିକ...

ଅନଲାଇନ୍ ଆପ୍ ଜରିଆରେ ଛୋଟ ପରିମାଣରେ ସୁନା କିଣିବାର ସୁବିଧା ଦେଉଥିବା 'ଡିଜିଟାଲ୍ ଗୋଲ୍ଡ' ର ବଢ଼ୁଥିବା ଲୋକପ୍ରିୟତାକୁ ନେଇ ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍...

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନିକଟରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗର୍ଭବତୀ ପତ୍ନୀକୁ ଡାକ୍ତରଖାନାରେ ଦେଖାଇ ନିଜ ଘରକୁ ମାଆକୁ ଧରି ଫେରୁ ଥିବା ବେଳେ...

ସରିଲା ୨୮ ଦିନର ଲୁଚକାଳି ଖେଳ । ବନ୍ଧାହେଲା ସୁଧାଂଶୁ ଖୁଣ୍ଟିଆ ହତ୍ୟାକାଣ୍ଡର ମୁଖ୍ୟ କାର୍ପଟଦାର । ମୁଖ୍ୟ ଅଭିଯୁକ୍ତ ସଦାଶିବ ସହ ୫ ଜଣଙ୍କୁ କୋର୍ଟ...

ଭୁବନେଶ୍ୱର : ଆସନ୍ତା ୧୭ ତାରିଖରେ ଲଘୁଚାପ ସମ୍ଭାବନା । ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକଲସ ।...

error: Content is protected !!