ଭୁବନେଶ୍ୱର : ଆସନ୍ତା ୧୭ ତାରିଖରେ ଲଘୁଚାପ ସମ୍ଭାବନା । ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକଲସ । ଏହାର ପ୍ରଭାବରେ ଆନ୍ଧ୍ରପଦେଶ, ତାମିଲନାଡୁ, ପୁଡୁଚେରୀରେ ଏବଂ କେରଳରେ ବର୍ଷା ହୋଇପାରେ । ତେବେ ଲଘୁଚାପର ପ୍ରଭାବ ଓଡ଼ିଶାରେ କଣ ରହିବ ତା ଉପରେ ନଜର ରହିଛି ।
ସେହିପରି ୧୪ ତାରିଖରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଏକ ଲୋପ୍ରେସର ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ହେଲେ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ । ଅନ୍ୟପଟେ ରାଜ୍ୟରେ ଶୀତ ଲହରୀ ସମ୍ଭାବନା। ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା। ଜଳୀୟବାଷ୍ପ ହ୍ରାସ ସହିତ ଉତ୍ତରପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ଖସିଛି ପାରଦ। ୪ଦିନରେ ୫ ଡିଗ୍ରୀ ଖସିଲାଣି ରାତି ତାପମାତ୍ରା। ୧୫ଡିଗ୍ରୀ ତଳେ ରହିଛି ୯ ସହରର ପାରଦ। ଆଜି ରାଜଧାନୀରେ ସର୍ବନିମ୍ନ ରାତି ତାପମାତ୍ରା ୧୪ .୮ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି ।
ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକତର୍ଡ ହୋଇଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ୧୧ ଓ ୧୨ ତାରିଖରେ କଟକ, ଅନୁଗୁଳ, ଝାରସୁଗୁଡା, କନ୍ଧମାଳ, ଖୋର୍ଦ୍ଧାର କିଛି କିଛି ସ୍ଥାନରେ ଶୀତ ଲହରୀ ସମ୍ଭାବନା ରହିଛି।

More Stories
ରାଜ୍ୟରେ କଲବଲ କରିବ କାଳବୈଶାଖୀ, ୨୬ ରୁ ୨୮ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି
କାଳବୈଶାଖୀ ପ୍ରଭାବରେ ପ୍ରବଳ କୁଆ ପଥର ମାଡ଼, ସବୁଠି ଦିଶିଲା ଧଳା ଚାଦରର ଆବରଣ
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ: ସଙ୍କଟରେ ବନ୍ୟଜନ୍ତୁ